ରଣଜୀରେ ସର୍ବାଧିକ ଓ୍ୱିକେଟ୍‌ ନେଇଥିବା ଖେଳାଳିଙ୍କ ପରଲୋକ, ସଚିନ୍‌-ବିରାଟ ଟ୍ୱିଟ୍‌ କରି ଦେଲେ ଶ୍ରଦ୍ଧାଞ୍ଜଳି…

1 min read
India cricket lost a giant: Virat Kohli, Sachin Tendulkar lead as cricket fraternity mourns Rajinder Goel’s death

ନୂଆଦିଲ୍ଲୀ: ଆଉ ଜଣେ କିମ୍ବଦନ୍ତୀ କ୍ରିକେଟ ଖେଳାଳିଙ୍କ ପରଲୋକ । ଭାରତୀୟ ଘରୋଇ କ୍ରିକେଟର ଜଣେ ପ୍ରତିଭାବାନ୍ ଖେଳାଳି ତଥା ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ ହାସଲ କରିଥିବା ରାଜିନ୍ଦର ଗୋୟଲଙ୍କର ରବିବାର ଦେହାନ୍ତ ହୋଇଯାଇଛି । ସେ ଜଣେ ଅତି ନମ୍ର ଓ ଶୃଙ୍ଖଳିତ ଖେଳାଳି ଥିଲେ । ପଡ଼ିଆ ମଧ୍ୟରେ ତାଙ୍କର ପ୍ରତିଭା ସେ ବେଶ୍‌ ଭଲ ଭାବେ ପ୍ରଦର୍ଶନ କରିପାରିଛନ୍ତି । ତେବେ ରଣଜୀ ଟ୍ରଫିରେ ସେ ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକ ଓ୍ୱିକେଟ୍‌ ହାସଲ କରିଥିବା ବୋଲରଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ।

rajinder Goel ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ଗୋୟଲ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ କିଛି ଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେଠାରେ ଟିକେ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ । ଘରକୁ ଫେରିବା କିଛି ଦିନ ପରେ ସେ ପୁଣି ଅସୁସ୍ଥ ହୋଇଥିଲେ ଏବଂ  ରବିବାର ରୋହତାକ୍‌ ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଭାରତର ଘରୋଇ ପ୍ରତିଭା ଖେଳାଳିମାନଙ୍କ ମଧ୍ୟରେ ଗୋୟଲଙ୍କୁ ଜଣେ ବିଶିଷ୍ଟ ଖେଳାଳି ଭାବେ ଗଣାଯାଉଥିଲା । ସେ ହରିୟାଣା ପାଇଁ ଦୀର୍ଘ ୨୪ ବର୍ଷ ଧରି କ୍ରିକେଟ୍ ଖେଳିଛନ୍ତି । ନିଜ କ୍ୟାରିଅରରେ ୭୫୦ ୱିକେଟ୍ ହାସଲ କରିଥିବା ବେଳେ କେବଳ ରଣଜୀ ଟ୍ରଫିରେ ୬୪୦ଟି ୱିକେଟ୍ ହାସଲ କରିଛନ୍ତି । ସେ ପଞ୍ଜାବ ଏବଂ ଦିଲ୍ଲୀ ପାଇଁ ମଧ୍ୟ କ୍ରିକେଟ ଖେଳି ବେଶ୍‌ ସୁନାମ ଅର୍ଜନ କରିଛନ୍ତି ।

ତେବେ ତାଙ୍କ ପରଲୋକରେ କ୍ରିକେଟ୍‌ ଜଗତର ଭଗବାନ କୁହାଯାଉଥିବା ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଶୋକ ପ୍ରକାଶ କରିଛନ୍ତି । ସଚିନ୍‌ ତାଙ୍କୁ ମନେ ପକାଇ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ସେହିଭଳି ଭାରତୀୟ କ୍ରିକେଟ୍‌ର‌ ତଥା ସାରା ବିଶ୍ୱର ସବୁଠାରୁ ଚର୍ଚ୍ଚିତ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ମଧ୍ୟ ତାଙ୍କୁ ମନେ ପକାଇଛନ୍ତି । ଏବଂ ତାଙ୍କୁ ଉଦ୍ଦେଶ୍ୟରେ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିରାଟ ଲେଖିଛନ୍ତି ଯେ, ‘ଆଜି ଆମେ ଜଣେ କମ୍ବଦନ୍ତୀ କ୍ରିକେଟରଙ୍କୁ ହରାଇଲୁ । ସେ ରଣଜୀ ଇତିହାସରେ ସବୁଠାର ଅଧିକ ଓ୍ୱିକେଟ୍‌ ନେଇଥିବା ଏକ ମାତ୍ର ଖେଳାଳି । ତାଙ୍କ ପରିବାରକୁ ଏହି ବିପତ୍ତି ସମୟରେ ଭଗବାନ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ।’

Leave a Reply