ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାରରୁ ଅଧିକ ଆକ୍ରାନ୍ତ, ୫୧୭ ମୃତ

ନୂଆ ଦିଲ୍ଲୀ: ଦେଶରେ ଦିନକରେ ୪୯ ହଜାର ୮୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦ଲକ୍ଷ ୪୦ହଜାର ୨୦୩ରେ ପହଞ୍ଚିଛି । ଆକ୍ଟିଭ କେସ୍ ୬ଲକ୍ଷ ୩ହଜାର ୬୮୭ଥିବା ବେଳେ କରୋନାରୁ ସୁସ୍ଥ ହେଲେଣି ୭୩ଲକ୍ଷ ୧୫ହଜାର ୯୮୯ଜଣ । କରୋନାରେ ଲକ୍ଷେ ୨୦ହଜାର ୫୨୭ଜଣଙ୍କ ମୃତ୍ୟୁ ହେଲାଣି ।

ମହାରାଷ୍ଟ୍ରରେ ସର୍ବାଧି ସଂକ୍ରମିତ ୧୬ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୪୩ହଜାର ୫୫୪ରେ ପହଞ୍ଚିଛି । ସେପଟେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷରୁ ଅଧିକ ଲେଖାଏଁ ହେଲାଣି । କେରଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ବେଳେ ଦିଲ୍ଲୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ବଢୁଛି କୋଭିଡ୍ ଗ୍ରାଫ୍ । ଦିଲ୍ଲୀରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୭୦ହଜାର ୧୩ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୬ହଜାର ଟପିଲାଣି ।

ଏହା ଏକ ଆଶ୍ୱସ୍ତିର ବିଷୟ ଯେ, ମୃତ୍ୟୁହାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି । ଏବଂ ସକ୍ରିୟ ମାମଲା ମଧ୍ୟ କମିବାରେ ଲାଗିଛି। ଏହା ସହିତ ଭାରତରେ ସୁସ୍ଥତା ହାର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ରହିଛି । ସକ୍ରିୟ ମାମଲା କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମଣ ସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ।

 

Leave a Reply