ଦେଶରେ୧୫ଲକ୍ଷ ପାଖାପାଖି ସଂକ୍ରମିତଙ୍କ ସଂଖ୍ୟା,୨୪ ଘଣ୍ଟାରେ ମୃତ୍ୟୁ ମାମଲାରେ ଭାରତ ପ୍ରଥମ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ୭୦୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ କରୋନା ଭାଇରସ୍ ନେଇଛି ୬୫୪ ଜୀବନ । ତେବେ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୫ ଲକ୍ଷ ପାଖାପାଖି ପହଞ୍ଚିଛି । ଏବଂ ଦେଶରେ ୧୪ ଲକ୍ଷ ୮୩ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଏହା ମଧ୍ୟରୁ ୪ଲକ୍ଷ ୯୬ ହଜାରରୁ ଅଧିକ ଆକ୍ଟିଭ୍ କେସ ରହିଥିବା ବେଳେ ୯ଲକ୍ଷ ୫୨ ହଜାର ୭୪୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେହିପରି କରୋନା ମୃତ୍ୟୁ ୩୩ ହଜାର ୪୨୫କୁ ବୃଦ୍ଧି ପାଇଛି । ତେବେ ଦେଶରେ ଆରୋଗ୍ୟ ହାର ବଢିଛି । ତେବେ ଏହି  ଧାରାରେ କରୋନା ସୁସ୍ଥତା ହାର ୬୪. ୨୩ ପ୍ରତିଶତକୁ ବୃଦ୍ଧି ପାଇଛି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ଆମେରିକା ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ଭାରତ  । କିନ୍ତୁ ଯଦି ଆମେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ ରହିଛି  । ଆମେରିକାରେ ୪,୪୩୨,୫୪୯ଜଣ କୋରନା ଆକ୍ରାନ୍ତ ହୋଇଥିବା ବେଳେ ବ୍ରାଜିଲରେ ୨,୪୪୩,୪୮୦ଜଣ ଚିହ୍ନଟ ହୋଇଛନ୍ତି । ତେବେ କରୋନା ସଂକ୍ରମଣ ବ୍ୟାପିବା ବ୍ୟାପିବା ଦୃଷ୍ଟିରୁ ଭାରତ ଦୁନିଆର ଦ୍ୱିତୀୟ ସ୍ଥାନରେ ରହିଛି ।

ସେପଟେ ଦେଶର ଛୋଟ ସହରରେ ବଢୁଛି କରୋନା ସଂକ୍ରମଣ । ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ସଂକ୍ରମିତ ବଢିବାରେ ଲାଗୁଛି । ଦେଶର ଅଧାରୁ ଅଧିକ ଜିଲ୍ଲାରେ ୫ଶହରୁ ଅଧିକ ମାମଲା ଚିହ୍ନଟ ହୋଇଛି । ସେହିପରି ୭୮ ପ୍ରତିଶତ ଜିଲ୍ଲାରେ କରୋନା ମୃତ୍ୟୁ ହୋଇଛି । ଗତ ୨ ସପ୍ତାହରେ ୧୧ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଦୁଇଗୁଣା ରେକର୍ଡ କରାଯାଇଛି । ତେବେ ମୁମ୍ବାଇ, ଦିଲ୍ଲୀ ଓ ଅହମ୍ମଦାବାଦରେ କମିଛି କରୋନା ସ୍ପିଡ୍ ।

ଆକ୍ଟିଭ୍ ମାମଲାରେ ଟପ୍ ୫ ରାଜ୍ୟ

ସୂଚନା ଅନୁଯାୟୀ ଦେଶରେ ପ୍ରାୟ ୫ ଲକ୍ଷ ସକ୍ରିୟ ମାମଲା ରହିଛି। ସବୁଠାରୁ ଅଧିକ ଆକ୍ଟିଭ୍ ମାମଲା ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରରେ ଏକ ଲକ୍ଷ ୪୦ ହଜାରରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, ଦିଲ୍ଲୀ ତୃତୀୟ ସ୍ଥାନରେ, ଗୁଜୁରାଟ ଚତୁର୍ଥ ଏବଂ ପଶ୍ଚିମବଙ୍ଗରେ ପଞ୍ଚମ ସ୍ଥାନରେ ରହିଛି। ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ସକ୍ରିୟ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଅର୍ଥାତ୍ ଭାରତ ହେଉଛି ତୃତୀୟ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଲୋକ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave a Reply