୨୪ଘଣ୍ଟାରେ ଭାରତରେ ୫୦ହଜାର ସଂକ୍ରମିତ , ମୃତ୍ୟୁସଂଖ୍ୟାରେ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇଲା ଭାରତ !

ନୂଆଦିଲ୍ଲୀ: ଦେଶରେ ୧୪ ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାର ୯୩୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୦୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ମୋଟ୍ ସଂକ୍ରମିତ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩କୁ ବୃଦ୍ଧି ପାଇଛି । ୪ଲକ୍ଷ ୮୫ ହଜାର ୧୧୪ଟି ଆକ୍ଟିଭ୍ କେସ ରହିଥିବା ବେଳେ ଚିକିତ୍ସା ପରେ ୯ଲକ୍ଷ ୧୭ ହଜାର ୫୬୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟ ହାର ୬୩. ୯୨ ପ୍ରତିଶତ ରହିଛି ।

ଅନ୍ୟପଟେ ଦେଶରେ ୧୧୦ ଦିନରେ ୧ ଲକ୍ଷ ସଂକ୍ରମିତ ହୋଇଥିଲେ । ତେବେ ଗତ ୭୯ ଦିନରେ ପ୍ରାୟ ୧୩ ଲକ୍ଷ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଅଧିକ ଟେଷ୍ଟ ହେଉଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହ ଦେଶରେ ଗତ ୨୪ ଘଣ୍ଟାରେ ୪୯ହଜାର ୯୩୧ଜଣ କରୋନା ସଂକ୍ରମିତ ହୋଇଛିନ୍ତି  ଏବଂ ୭୦୮ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି ।  ୨୪ଘଣ୍ଟାରେ ମୃତ୍ୟୁ ସଂଖ୍ୟା ମାମଲାରେ ଭାରତ, ଆମେରିକା ଓ ବ୍ରାଜିଲଠାରୁ ଆଗରେ ରହିଛି । ଗତ ୨୪ଘଣ୍ଟାରେ ଆମେରିକାରେ ୪୪୫ଜଣ ଓ ବ୍ରାଜିଲରେ ୫୫୬ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ଭାରତରେ ମୃତ୍ୟୁସଂଖ୍ୟା ରହିଛି ୭୦୮ ।   ବର୍ତ୍ତମାନ ସୁଧା ଦେଶରେ କରୋନା ମୃତ୍ୟୁ ୩୨ ହଜାର ଟପିଛି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ଆମେରିକା ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ଭାରତ  । କିନ୍ତୁ ଯଦି ଆମେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ ରହିଛି  । ଆମେରିକାରେ ୪,୩୭୧,୨୭୬ଜଣ କୋରନା ଆକ୍ରାନ୍ତ ହୋଇଥିବା ବେଳେ ବ୍ରାଜିଲରେ ୨,୪୧୯,୯୦୦୧ଜଣ ଚିହ୍ନଟ ହୋଇଛନ୍ତି ।

ସଂକ୍ରମିତ ମାମଲାରେ ଆଗରେ ଥିବା ୫ଟି ରାଜ୍ୟ

ମହାରାଷ୍ଟ୍ରରୁ ସର୍ବାଧିକ ୩ଲକ୍ଷ ୭୫ହଜାର ୭୯୯ କରୋନା ସଂକ୍ରମିତ ହୋଇଥିବା ବେଳେ ୧୩ହଜାର ୬୫୬ଜଣଙ୍କ ମୃତ୍ୟୁ ହେଲାଣି । ତାମିଲନାଡୁରୁ ୨ଲକ୍ଷ ୧୩ହଜାର ୭୨୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୪ଶହ୯୪ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ ଲକ୍ଷେ ଟପିଲାଣି କରୋନା ସଂକ୍ରମଣ ସଂଖ୍ୟା ଓ ୩ହଜାର ୮୨୭ରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୯୬ହଜାରରୁ ଉର୍ଦ୍ଧ  ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ହଜାରେ ୪୧ ଓ ୧୮୮୦ରେ ପହଞ୍ଚିଲାଣି ।

Leave a Reply