ଗୋଟିଏ ଦିନରେ ୪୮ହଜାର ୯୧୬ ପଜିଟିଭ୍ ଚିହ୍ନଟ, ମୋଟ ମୃତ୍ୟୁ ସଂଖ୍ୟା ୩୧ହଜାର ପାର୍

ନୂଆଦିଲ୍ଲୀ: ଦେଶରେ କରୋନା ନିୟନ୍ତ୍ରଣ ବାହାରେ । ଦିନ ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୪୮ହଜାର ୯୧୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୫୭ଜଣଙ୍କ ମୃତ୍ୟୁ ହେଲାଣି । ଏହାକୁ ମିଶାଇ ଦେଶରେ କରୋନାରେ ମୋଟ୍ ମୃତ୍ୟସଂଖ୍ୟା ୩୧ହଜାର ୩୫୮ରେ ପହଞ୍ଚିଛି । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୩ଲକ୍ଷ ୩୬ହଜାର ୮୬୧ ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୪ଲକ୍ଷ ୫୬ହଜାର ୭୧ । କରୋନାରୁ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୪୯ହଜାର ୪୩୧ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

କରୋନା ସଂକ୍ରମିତଙ୍କ ସଂଖ୍ୟା ହିସାବରେ ଭାରତ ଦୁନିଆର ତୃତୀୟ ପ୍ରଭାବିତ ଦେଶ । ଆମେରିକା, ବ୍ରାଜିଲ ପରେ କରୋନା ମହାମାରୀଠାରୁ ସବୁଠୁ ଅଧିକ ପ୍ରଭାବିତ ଭାରତ ହୋଇଛି । ଯଦି ଆମେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ଦେଖିବା ଅନ୍ୟଦେଶ ତୁଳନାରେ ଭାରତ ସ୍ଥିତି ବହୁତ ଭଲ ଅଛି । ଭାରତଠାରୁ ଅଧିକ ସଂକ୍ରମିତ ଆମେରିକା ଏବଂ ବ୍ରାଜିଲରେ ରହିଛି । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୪୮ହଜାର ୧୯୪ ଥିବା ବେଳେ ବ୍ରାଜିଲରେ ୨ଲକ୍ଷ ୩୪୮ହଜାର ୨୦୦ମାମଲା ରହିଛି ।

ଦେଶରେ ସବୁଠୁ ଅଧିକ ପ୍ରଭାବୀତ ରାଜ୍ୟ

ମହାରାଷ୍ଟ୍ରରେ ୩ଲକ୍ଷ ୫୭ହଜାର ୧୧୭ରେ ପହଞ୍ଚିଛି କରୋନା ପଜିଟିଭ୍ ସଂଖ୍ୟା । କରୋନାରେ ୧୩ହଜାର ୧୩୨ଜଣଙ୍କ ମୃତ୍ୟୁ ହେଲାଣି । ତାମିଲନାଡୁରେ ୨ଲକ୍ଷ ପାଖାପାଖି ହେଲେଣି ପଜିଟିଙ୍କ ସଂଖ୍ୟା । କରୋନା ନେଲାଣି ୩ହଜାର ୩୨୦ ମୁଣ୍ଡ । ଦିଲ୍ଲୀରେ ଲକ୍ଷେ ୨୮ହଜାର ୩୮୯ ପଜିଟିଭ୍ କେସ୍ ଥିବା ବେଲେ ୩ହଜାର ୭୭୭ଜଣଙ୍କ ମୃତ୍ୟୁ ହେଲାଣି ।କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ୮୫ହଜାର ଓ ୮୦ହଜାର  ପଜିଟିଭ୍ କେସ୍ ଥିବା ବେଳେ ୧୭ଶହ ୨୬ ଓ ଆନ୍ଧ୍ରପ୍ରଦେଶରେ ୯୩୩ଜଣଙ୍କ ମୃତ୍ୟୁ ହୋଇଛି । ୟୁପିରେ ୬୦ହଜାର ଟପିଲା ପଜିଟିଭ୍ ସଂଖ୍ୟା ୧୩୪୮ଜଣଙ୍କ ପ୍ରାଣ ନେଲାଣି କରୋନା ଭୂତାଣୁ ।

Leave a Reply