ଦେଶରେ ପ୍ରତିଦିନ କରୋନା ପାଇଁ ମରୁଛନ୍ତି ହଜାରେରୁ ଅଧିକ ଲୋକ, ସୁସ୍ଥ ହେଲେଣି ୩୭ ଲକ୍ଷରୁ ଅଧିକ ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ  ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ହୁ ହୁ ହୋଇ କରୋନା ସଂକ୍ରମଣ ଭାରତରେ ବ୍ୟାପୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪,୩୭୨ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ମଧ୍ୟ ସେପ୍ଟେମ୍ବର ୧୧ ରେ କରୋନା ସଂକ୍ରମଣର ଏକ ନୂଆ ରେକର୍ଡ ୯୭,୫୭୦ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଥିଲା । ଏଥି ସହିତ ୨୪ ଘଣ୍ଟାରେ ୧୧୧୪ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ସେପ୍ଟେମ୍ବର ୨ ଠାରୁ ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ ଲୋକ କରୋନାରେ ମରୁଛନ୍ତି । ଭଲ ଖବର ହେଉଛିଯେ ୨୪ ଘଣ୍ଟାରେ ୭୮,୩୯୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମିତ କରୋନା ସଂଖ୍ୟା ବର୍ତ୍ତମାନ ୪୭ ଲକ୍ଷ ୫୪ ହଜାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୮,୫୮୬ ଜଣଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ସଂଖ୍ୟା ୯ ଲକ୍ଷ ୭୩ ହଜାରକୁ ବୃଦ୍ଧି ପାଇଛି ଏବଂ ୩୭ ଲକ୍ଷ ଲୋକ ଆରୋଗ୍ୟ ହୋଇଛନ୍ତି । ଯଦି ଦେଖିବା ତେବେ ସଂକ୍ରମଣର ସକ୍ରିୟ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ଚାରି ଗୁଣ ଅଧିକ ରହିଛି ।

ଆଇସିଏମଆର ତଥ୍ୟ ଅନୁଯାୟୀ, ୧୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦାୟ ୫୬.୬୨ ଲକ୍ଷ କରୋନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗତକାଲି ୧୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଏବେ ଦେଶରେ ପଜିଟିଭ ହାର ୭ ପ୍ରତିଶତରୁ କମ୍ ରହିଛି । କରୋନା  ୫୪% ରୋଗ ୧୮ ବର୍ଷରୁ ୪୪ ବର୍ଷ ବୟସ ଶ୍ରେଣୀରେ ରହିଛି । କିନ୍ତୁ କରୋନା ହେତୁ ୫୧% ମୃତ୍ୟୁ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଦେଖାଦେଇଛି।

Leave a Reply