ଭାରତରେ ଚିନ୍ତା ବଢ଼ାଉଛି କରୋନା ମହାମାରୀ, ଦିନକରେ ୩୩୭ ଜଣ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ ଚିନ୍ତା ବଢାଉଛି କରୋନା ମହାମାରୀ । ଦେଶରେ ୧୨ ହଜାର ଅତିକ୍ରମ କରିଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଗୋଟିଏ ଦିନରେ ଦେଶରେ  ୩୩୭ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଫଳରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଛି । ତେବେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୨ ହଜାର ୮୮୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଏବେ ଆକ୍ରାନ୍ତଙ୍କୁ ସଂଖ୍ୟା ୩ ଲକ୍ଷ ୬୬ ହଜାର 9୯୪୬ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଏକଲକ୍ଷ ୯୪ ହଜାର ୩୨୫  ଜଣ ସୁସ୍ଥ ହୋଇଥିବାବେଳେ ଏବେବି ଏକ ଲକ୍ଷ ୬୦ ହଜାର ୩୮୪ ଜଣଙ୍କ ବିଭିନ୍ନ କୋଭିଡ ହସପିଟାଲରେ ଚାଲିଛି ଚିକିତ୍ସା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ସାରା ବିଶ୍ୱରେ ମଧ୍ୟ ଆତଙ୍କ ଖେଳାଇ ଚାଲିଛି କିଲର ଭାଇରସ୍‌ କରୋନା ।  ଗୁରୁବାର ଗୋଟିଏ ଦିନରେ ଏକଲକ୍ଷ ୩୯ ହଜାର ହଜାର ୪୭୯  ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୫୩ ହଜାରରୁ ଅଧିକ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମହାମାରୀ । ତେବେ ୪୪ ଲକ୍ଷ ୮୮ ହଜାରରୁ ଉର୍ଦ୍ଧ୍ୱ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୮୫ ଲକ୍ଷ ୧୪ ହଜାର ୯୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଲକ୍ଷ ୭୫ ହଜାର ୮୬ ଜଣ ଆକ୍ଟିଭ ଅଛନ୍ତି । ଆମେରିକାରେ ୨୨ ଲକ୍ଷ ୫ ହଜାର ୫୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବ୍ରାଜିଲରେ ୯ ଲକ୍ଷ ୬୦ ହଜାର ୩୦୯, ଋଷିଆରେ ୫ ଲକ୍ଷ ୫୩ ହଜାର ୩୦୧ ଜଣ ଚିହ୍ନଟ ହୋଇଛନ୍ତି ।

Leave a Reply