ରାଜ୍ୟରେ ଆଉ ୧୭୦୯ ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧୩୩୧କୁ ବୃଦ୍ଧି

2 min read

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଆସୁଛି କରୋନା । ରାଜ୍ୟରେ ଆଉ ୧୭୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୯୮୫ ଚିହ୍ନଟ ହୋଇଥିବା ନୂଆ ସ୍ଥାନୀୟ ସଂକ୍ରମଣ ୭୨୪ ରହିଛି । ସେହିପରି କିଛିଦିନର ବ୍ୟବଧାନ ପରେ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା  ୨୦୦ ପାର କରିଛି । ରବିବାର ଦିନ ଖୋର୍ଦ୍ଧାରୁ ସର୍ବାଧିକ ୨୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ୨୪ ଘଣ୍ଟାରେ ଆଉ ୧୧ ଜଣଙ୍କ ଜୀବନ ନେଇଛି କରୋନା ।

ସେହିଭଳି ରବିବାର ଦିନ ମୟୂରଭଞ୍ଜରୁ ୧୨୧, କଟକରୁ ୧୧୫, ସୁନ୍ଦରଗଡ଼ରୁ ୧୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ରୁ ୯୯, ନୂଆପଡାରୁ ୮୬, ଅନୁଗୁଳରୁ ୭୯, କଳାହାଣ୍ଡି ଓ କେନ୍ଦୁଝରରୁ ୭୨ଜଣ ଲେଖାଏଁ, ଜଗତସିଂହପୁରରୁ ୬୮, ଢେଙ୍କାନାଳରୁ ୬୪, ବାଲେଶ୍ବରରୁ ୬୧, ପୁରୀରୁ ୫୮, ବଲାଙ୍ଗୀରରୁ ୫୩, କେନ୍ଦ୍ରାପଡ଼ାରୁ ୫୦, ସମ୍ବଲପୁରରୁ ୪୩, ଯାଜପୁରରୁ ୪୧, ମାଲକାନଗିରିରୁ ୩୯, କୋରାପୁଟରୁ ୩୮, ନୟାଗଡ଼ରୁ ୨୯, ଝାରସୁଗୁଡ଼ାରୁ  ୨୮, ନବରଙ୍ଗପୁରରୁ ୨୬, କନ୍ଧମାଳରୁ ୨୦, ଗଞ୍ଜାମରୁ ୧୯, ବୌଦ୍ଧରୁ ୧୮, ରାୟଗଡ଼ାରୁ ୧୬, ଭଦ୍ରକରୁ ୧୧, ଦେବଗଡ଼ରୁ ୯, ସୋନପୁରରୁ ୭ ଓ ଗଜପତି ଜିଲ୍ଲାରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ଆଉ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୩ ଶହ ୩୧ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୧ହଜାର ୮୨୫ରେ ପହଞ୍ଚିଛି ।

ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ମୋଟ ୧୩୩୧ଜଣଙ୍କ ପ୍ରାଣ ନେଇଛି କରୋନା । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୧ହଜାର ୮୨୫ରେ ପହଞ୍ଚିଛି । ଏହାସହ ରାଜ୍ୟରେ ୨ଲକ୍ଷ ୭୫ହଜାର ୭୪୯ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏବଂ ରାଜ୍ୟ ବର୍ତ୍ତମାନ ୧୪ହଜାର ୬୯୨ଟି ସଂକ୍ରମିତ ମାମଲା ରହିଛି ।

Leave a Reply