ତଳମୁହାଁ କରୋନା ଗ୍ରାଫ: ଦେଶରେ ଦିନକରେ ୬୭ହଜାର ୭୦୮ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ତଳମୁହାଁ ହେଉଛି କରୋନା । ଦିନକରେ ୬୭ହଜାର ୭୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୮୦ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଆଜି ୬୭,୭୦୮ ଟି ନୂଆ କରୋନା ଆକ୍ରାନ୍ତ ହୋଇଥିବାବେଳେ ଗତକାଲି ୬୩,୫୦୯ ଟି ନୂଆ ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଛି। କିନ୍ତୁ ଆଶ୍ୱସ୍ତିକର କଥା ହେଉଛି କରୋନାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ଯାହା ବର୍ତ୍ତମାନ ୬୩ ଲକ୍ଷରୁ ଅଧିକ ହୋଇଛି।

ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୧୫ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୪୦ହଜାର ୮୫୯କୁ ବୃଦ୍ଧି ହୋଇଛି । ସେହିପରି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ପଜିଟିଭ୍ ସଂଖ୍ୟା ୭ଲକ୍ଷରୁ ଅଧିକ ଲେଖାଏଁ ଥିବା ବେଲେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୬ହଜାର ୩୧୮ ଓ ୧୦ହଜାର ୧୯୮ରେ ପହଞ୍ଚିଛି । ତାମିଲନାଡୁରେ ୬ଲକ୍ଷ ସଂକ୍ରମିତ ଥିବା ବେଳେ ମୃତ୍ୟୁସଂଖ୍ୟା ୧୦ହଜାର ଟପିଛି ।

ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ଲକ୍ଷ ୭ହଜାର ୯୮ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ୮ଲକ୍ଷ ୧୨ହଜାର ୩୯୦, ସୁସ୍ଥ ହେଲେଣି ୬୩ଲକ୍ଷ ୮୩ହଜାର ୪୪୨ଜଣ କରୋନା ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୧ହଜାର ୨୬୬କୁ ବୃଦ୍ଧି ହୋଇଛି ।

Leave a Reply