ବର୍ଷ ଆରମ୍ଭରୁ ବିଜୟ, ୨-୦ରେ ଟି-ଟ୍ୱେଣ୍ଟି ସିରିଜ୍ ଜିତିଲା ଭାରତ

1 min read

ପୁଣେ: ସିରିଜ ଜିତିଲା ଟିମ୍‌ ଇଣ୍ଡିଆ । ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚରେ ଶ୍ରୀଲଙ୍କାକୁ ୭୮ ରନରେ ହରାଇ ଭାରତ ଦମଦାର ବିଜୟ ହାସଲ କରିଛି । ଏଥିସହ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି ନେଇ ବିରାଟ ବାହିନୀ । ଟସ୍ ଜିତି ପ୍ରଥମେ ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ।ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୧ ରନ୍ କରିଥିଲା । ୨ ଓପନର ବ୍ୟାଟ୍ସମ୍ୟାନ ଶିଖର ଧୱନ ଓ ଲୋକେଶ ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାର ଜବାବରେ ସିଂହଳୀ ଦଳ ସମସ୍ତ ୱିକେଟ ହରାଇ ମାତ୍ର ୧୨୩ ରନ୍ କରିପାରିଥିଲା ।ଭାରତ ପକ୍ଷରୁ ନବଦୀପ ସାଇନ ୩ଟି ୱିକେଟ ନେଇଥିବା ବେଳେ ୱାଶିଂଚନ ସୁନ୍ଦର ୨ଟି, ଶାର୍ଦ୍ଦୁଳ ଠାକୁର ୨ଟି ଓ ଯଶପ୍ରୀତ ବୁମରା ଗୋଟିଏ ୱିକେଟ ନେଇଥିଲେ ।

Leave a Reply