ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଶୃଙ୍ଖଳାକୁ ୨-୧ରେ ଜିତିଲା ଭାରତ

ବେଙ୍ଗଳୁରୁ: ଅନ୍ତିମ ଦିନିକିଆରେ ଭାରତ ଦମଦାର ପ୍ରଦର୍ଶନ । ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇ ସିରିଜ୍ ହାତେଇଛି ଟିମ୍ ଇଣ୍ଡିଆ । ୨୮୭ ରନର ପିଛା କରୁଥିବା ଭାରତୀୟ ଦଳ ୩ ୱିକେଟ୍ ହରାଇ ଏହି ବିଜୟ ହାସଲ କରିଛି । ରୋହିତ ଶର୍ମାଙ୍କ ଦମଦାର ଶତକୀୟ ବଳରେ ଭାରତ ବିଜୟ ଦ୍ଵାରରେ ପହଞ୍ଚିପାରିଛି ।ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା କଙ୍ଗାରୁ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ ସ୍ମିଥ୍ ସର୍ବାଧିକ ୧୩୧ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ୪ ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୨, ନଭଜିତ ସାଇନ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ବାରବାଟୀରେ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଲେ ଓପନର ରୋହିତ ଶର୍ମା

Leave a Reply