ପାଙ୍ଗୋଙ୍ଗ ହ୍ରଦର ଫିଙ୍ଗର ୪ରୁ ପଛକୁ ଫେରିଲେ ଭାରତ-ଚୀନ ସେନା

Encounter Starts At Redwani Area Of Kulgam Two Three Terrorist Trapped

ନୂଆଦିଲ୍ଲୀ: ଅନେକ ଦିନ ପରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ଥମିବାରେ ଲାଗିଛି । ପ୍ରଥମଥର ପାଇଁ ପାଙ୍ଗୋଙ୍ଗ ହ୍ରଦର ଫିଙ୍ଗର ୪ରୁ ଉଭୟ ଦେଶ ନିଜ ନିଜର ସେନା ପଛକୁ ହଟାଇଛନ୍ତି । ଉଭୟ ଦେଶ ମଧ୍ୟରେ ୯ମ ରାଉଣ୍ଡ ବୈଠକ ବେଳେ ଏପରି ବୁଝାମଣା ହୋଇଥିଲା ।

ସୂଚନା ଅନୁଯାୟୀ, ବୁଝାମଣାକୁ ସମ୍ମାନ ଜଣାଇ ଉଭୟ ଦେଶ ଏଭଳି ପଦକ୍ଷେପ ନେଇଛନ୍ତି । ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ସେନା ପ୍ରତ୍ୟାହାର ନେଇ ସୂଚନା ଦେଇଛନ୍ତି । ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଉଭୟ ଦେଶ ସେନା ମୁତୟନ କରିଥିଲେ। କିନ୍ତୁ ଗତକାଲି ଠାରୁ ଏମାନେ ପଛକୁ ହଟିବା ଆରମ୍ଭ କରିଛନ୍ତି ।

ଚାଇନାର ଯବାନମାନେ ଫିଙ୍ଗର ୮କୁ ଯିବେ । ଭାରତୀୟ ସେନା ଧାନ ସିଂହ ଥାପ୍ପା ପୋଷ୍ଟକୁ ଆସିବେ । ଏହା ଫିଙ୍ଗର ୨ ଓ ୩ ମଧ୍ୟରେ ରହିଛି । ଫିଙ୍ଗର ୪ ଯାଏ ଭାରତ କିମ୍ବା ଚାଇନା କେବେ ହେଲେ ନିଜର ପ୍ୟାଟ୍ରୋଲିଂ ଗାଡ଼ିକୁ ନେବେନାହିଁ ।

ସେହିପରି ଉଭୟ ଦେଶ ଫିଙ୍ଗର ୪ ନିକଟରେ ମୁତୟନ କରିଥିବା ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରକୁ ବି ପଛକୁ ନେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ସୀମା ବିବାଦ ସହ ସେଠାରେ ନିର୍ମାଣ କାମ କରିବା ସହ ଟ୍ୟାଙ୍କ ମୁତୟନ କରିଥିଲା ଚୀନ୍‌ । ଯାହାକୁ ଭାରତ ଜୋରଦାର ବିରୋଧ କରିଥିଲା ।

Leave a Reply