ଭାରତ-ଚୀନ୍ ମଧ୍ୟରେ ବଢିଲା ବିବାଦ: ୪୫ ବର୍ଷ ପରେ ପୂର୍ବ ଲଦାଖ ଏଲଏସିରେ ଗୁଳିମାଡ଼

1 min read

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ବଢିଲା ବିବାଦ । ୪୫ ବର୍ଷ ପରେ ପୂର୍ବ ଲଦାଖ ଏଲଏସିରେ ଗୁଳି ବିନିମୟ ହୋଇଛି । ତେବେ ଗୁଳିମାଡ଼ ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଇଛି । ଗତକାଲି ବିଳମ୍ବିତ ରାତିରେ ଭାରତୀୟ ସେନା ସୀମା ପାର କରିବା ସହ ଗୁଳିମାଡ଼ କରିଥିବା ନେଇ ଚୀନ୍ ଅଭିଯୋଗ ଆଣିଛି । ଆଲୋଚନା ପାଇଁ ଉଦ୍ୟମ କରୁଥିବା ପିଏଲଏର ବର୍ଡର ପାଟ୍ରୋଲ ସୁରକ୍ଷାକର୍ମୀଙ୍କ ଉପରକୁ ୱାର୍ଣ୍ଣିଂ ସଟ୍ ଚଳାଇଥିବା ଚୀନ୍ ପକ୍ଷରୁ କୁହାଯାଇଛି । ଲଦାଖର ପେଙ୍ଗୋଙ୍ଗ ସୋ ନିକଟରେ ସେନପାଓ ପାହାଡ ଉପରେ ଉଭୟ ସେନା ମୁହାଁମୁହିଁ ହୋଇଛନ୍ତି ।

ଦୁଇ ଦେଶର ସୈନିକଙ୍କ ମଧ୍ୟରେ LAC ଦୀର୍ଘ ଦିନ ଧରି ରହିଆସିଥିଲା । ତେବେ ୧୯୭୫ ମସିହା ପରେ ସୀମାନ୍ତରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ଏହିପରି ଗୁଳି ବିନିମୟ ହୋଇଛି ।

ସୂତ୍ରରୁ ପ୍ରକାଶ ଯେ ଚୀନ୍‌ରୁ ଭାରତୀୟ ଅଞ୍ଚଳରେ ଗୁଳି ବିନିମୟ ହୋଇଥିଲା, ଏହା ପରେ ଭାରତରୁ ପ୍ରତିଶୋଧ ନିଆଯାଇଥିଲା। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଦାବି କରାଯାଇଛି ।

ଦୁଅ ଶିଖରେ କବଜା ଚାହୁଁଛି ଚୀନ

ପିଏଲଏ ବିଷ୍ଟର୍ନ ଥିଏଟର କମାଣ୍ଡର ପ୍ରବକ୍ତା କର୍ନଲ ଝାଙ୍ଗ ଶୁଡଲୀ କହିଛନ୍ତି ଯେ, ଭାରତୀୟ ସେନାର ସୂଚନା ସ୍ପଷ୍ଟ କରିଛନ୍ତି ଯେ, ୱାର୍ନିଂ ସଫ୍ଟ ଫାୟାର କରାଯାଇଥିଲା । ଯେବେଠୁ ଭାରତୀୟ ସୈନ୍ୟ ବ୍ଲାକ ଟପ୍ ଏବଂ ହେଲମେଟ ଟପକୁ ନିଜ ନିୟନ୍ତ୍ରଣରେ ନେଇଛନ୍ତି, ସେଥିପାଇଁ ଚୀନ ସୈନ୍ୟ ସେହି ଶିଖରେ ନିୟନ୍ତ୍ରଣ ଆଣିବାକୁ ଆଗେଇ ଆସୁଛି । ତେଣୁ ସୀମାରେ ନିୟୋଜିତ ଯବାନ ମାନେ ସେବେଠୁ ସଜାଗ ଅଛନ୍ତି ।

ସୋମବାରରୁ ଚୀନ ସୈନ୍ୟଙ୍କ ଅଭ୍ୟାସ

LACରେ ଭାରତୀୟ ସୈନିକ ମାନଙ୍କ ସହ ଗମ୍ଭୀର ପରିସ୍ଥିତି ମଧ୍ୟରେ ଚୀନ ଜିୟାଂଙ୍ଗୁ ଏବଂ ହେୱଇ ପ୍ରାନ୍ତରେ ନିକଟରେ ଥିବା ସାମୁଦ୍ରିକ ଅଞ୍ଚଳରେ ସୋମବାର ଠାରୁ ଅଭ୍ୟାସ ଆରମ୍ଭ କରିଦେଇଛି । ପୂର୍ବ କିଛି ଦିନ ହେବ ପେଙ୍ଗୋଗ ହ୍ରଦର ଦକ୍ଷିଣ ପାର୍ଶ୍ୱରଭାରତୀୟ ସେନା ଏବଂ ଚୀନ ସେନା ମଧ୍ୟରେ ହିଂସା ସୃଷ୍ଟି ହୋଇଥିଲା । ଭାରତୀୟ ସେନାର ସୁରକ୍ଷାବଳ ଏବଂ କାର୍ଯ୍ୟକଳାପରେ ଚୀନ ସେନା ଚିନ୍ତାରେ ଅଛି । ଏହି ଗମ୍ଭୀର ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇସାରିଛି ।

 

 

Leave a Reply