Pangong Tso Clashes: ପେଙ୍ଗୋଙ୍ଗ ହ୍ରଦ ନିକଟରେ ପୁଣି ଚୀନର ଦାଦାଗିରି,ଭାରତ ଦେଲା ଉତ୍ତର

ନୂଆଦିଲ୍ଲୀ: ଭାରତ ଓ ଚୀନ ସେନା ମଧ୍ୟରେ ପୁଣି ସଂଘର୍ଷ  । ପୂର୍ବ ଲଦାଖ ଅଞ୍ଚଳର ପେଙ୍ଗୋଙ୍ଗ ହ୍ରଦ ନିକଟରେ ଦୁଇ ସେନା ମୁହାଁମୁହିଁ ହୋଇଛନ୍ତି  । ୨୯ ଓ ୩୦ ଅଗଷ୍ଟରେ ଦୁଇ ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡିଛି  । ମୁହାଁମୁହିଁ ହେବା ପରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ  । ଗଲୱାନ ଘାଟି ପରେ ପେଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ ସେନା ନିଜ ସେନା ବଢାଇଥିବା ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛନ୍ତି  । ହ୍ରଦର ଦକ୍ଷିଣାଞ୍ଚଳରେ ଚୀନ ସେନାର ଗତିବିଧି ବଢିଥିବା ବେଳେ ପୂର୍ବରୁ ଅନେକ ଥର ଭାରତ ସେନା ବିରୋଧ କରିଛନ୍ତି  । ସେପଟେ ସ୍ଥିତିକୁ ଶାନ୍ତ କରିବା ପାଇଁ ଚୁଶୁଲରେ ଦୁଇ ସେନାର କମାଣ୍ଡର ସ୍ତରରେ ଆଲୋଚନା କରାଯାଉଛି  ।

ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭାରତୀୟ ସେନା ଚୀନକୁ ଆଗକୁ ବଢ଼ିବାକୁ ଦେଇନଥିଲା । ଭାରତ ଏହି ଅଞ୍ଚଳ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛି । ଏହି ମୁହାଁମୁହିଁ ପରେ ଚୁଶୁଲରେ ବ୍ରିଗେଡ କମାଣ୍ଡର ସ୍ତରରେ ଫ୍ଲାଗ ମିଟିଂ ଚାଲିଛି । ଜୁନ ୧୫ ତାରିଖ ରାତିରେ ଗଲୱାନ ଘାଟିରେ ହୋଇଥିବା ହିଂସାତ୍ମକ ମୁହାଁମୁହିଁ ପରେ ଚୀନ ବର୍ଡରରେ ଏହା ଦ୍ୱିତୀୟ ସବୁଠୁ ବଡ଼ ଘଟଣା । ଏପର୍ଯ୍ୟନ୍ତ ସମସ୍ତ ସୈନ୍ୟ ସୁରକ୍ଷିତ ଥିବା ସୂଚନା ରହିଛି ।

ସରକରାଙ୍କ ଏକ ବୟାନ ଅନୁଯାୟୀ, ୨୯ ଏବଂ ୩୦ ଅଗଷ୍ଟ ରାତିରେ ଚୀନ ସୈନିକ ମାନେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସହମତିକୁ ଉଲଘଂନ କରିଛନ୍ତି । ଚୀନ ସୈନ୍ୟବାହୀନୀ ବର୍ଡରରେ ପରିସ୍ଥିତି ବଦଳାଇବା ପାଇଁ ଚେଷ୍ଟା କରିଥିଲେ । ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣୀ ତଟ୍ଟରେ ଚୀନ ସୈନ୍ୟବାହୀନୀ ଅସ୍ତ୍ରଶସ୍ତ୍ର ସହ ଆଗକୁ ବଢ଼ୁଥିବାବେଳେ ଭାରତୀୟ ସୈନ୍ୟ ତାଙ୍କୁ ଅଟକାଇବା ସହ ପଛକୁ ଧକ୍କା ଦେଇଥିଲେ । ପିଆଇବି ଅନୁଯାୟୀ, ଭାରତ ମୁହାଁମୁହିଁ ହୋଇଥିବା ସ୍ଥାନରେ ନିଜର ସ୍ଥିତି ମଜବୁତ କରି ରଖିଛି ।

Leave a Reply