ଆକ୍ରମଣ ପାଇଁ ପାକିସ୍ତାନର ସାହାଯ୍ୟ ଲୋଡ଼ିଛି ଚୀନ୍‌ ! ପିଓକେ ଏୟାର ବେସ୍‌ରେ ୪୦ ଯୁଦ୍ଧ ବିମାନ…

1 min read
India china face off chinese fighter aircraft seen in pok skardu airbase

ସାରା ବିଶ୍ୱ ଜାଣିଛି ପାକିସ୍ତାନ ହେଉଛି ଭାରତର ପାରମ୍ପରିକ ଶତ୍ରୁ । ଆଉ ଏବେ ଚୀନ୍‌ ସହ ଭାରତର ସୀମା ବିବାଦ ଲାଗି ରହିଛି । ବାରମ୍ବାର ଆଲୋଚନା ସତ୍ତ୍ୱେ ଚୀନ୍‌ ସୁଧୁରିବାର ନାଁ ଧରୁନି । ଆଉ ସୀମାରେ ଉତ୍ପାତ କରୁଛି । ସବୁଠାରୁ ବଡ଼ କଥା ହେଲା ଚୀନ୍‌ ଲଦାଖ ସୀମାରେ ଫୋର୍ସ ମୁତୟନ କରି ଯୁଦ୍ଧକୁ ଆମନ୍ତ୍ରଣ କରୁଥିବା ବେଳେ ସେପଟେ ପିଓକେର ସ୍କୋର୍ଦୁ ଏୟାର ବେସ୍‌କୁ ମଧ୍ୟ ବ୍ୟବହାର କରୁଛି ଚୀନ୍‌ । କହିବାକୁ ଗଲେ ଭାରତ ବିପକ୍ଷରେ ଲଢ଼ିବା ପାଇଁ ପାକିସ୍ତାନର ସହାଯ୍ୟ ନେଉଛି ଚୀନ୍‌ । ଭାରତକୁ ଉଭୟ ପକ୍ଷରୁ ଆକ୍ରମଣ କରିବ ବୋଲି ଚୀନ୍‌ ଯୋଜନା କରୁଛି । ତେବେ ଏଭଳି ପରିସ୍ଥିତିରେ ଭାରତ ପାଇଁ ଏବେ ଗୋଟିଏ ଶତ୍ରୁ ନୁହେଁ ବରଂ ଦୁଇଟି ଶତ୍ରୁ ସହ ଲଢ଼ିବା ପାଇଁ ପ୍ରସ୍ତୁତି କରିବାକୁ ପଡ଼ିବ ।

CHina J 10

ସ୍କୋର୍ଦୁ ଏୟାର୍‌ବେସ୍‌ରେ ଚୀନ୍ ବାୟୁସେନାର ଯୁଦ୍ଧ ବିମାନ ରହିଥିବା ଦେଖିବାକୁ ମିଳିଛି । କେବଳ ଜୁନ୍‌ ମାସ ମଧ୍ୟରେ ଚୀନ୍‌ର ପ୍ରାୟ ୪୦ଟି ଜେ୧୦ ଯୁଦ୍ଧ ବିମାନ ସ୍କୋର୍ଦୁକୁ ଆସିଛି । ଏହି କାରଣରୁ ପାକିସ୍ତାନ ପଟୁ ଚୀନ୍‌ ଆକ୍ରମଣ ଯୋଜନ କରୁଥିବା ସନ୍ଦେହ କ ରାଯାଉଛି ।

ବାସ୍ତବରେ, ଲେହଠାରୁ  ସ୍କୋର୍ଦୁର ଦୂରତା ପ୍ରାୟ ୧୦୦ କିଲୋମିଟର ଏବଂ ଏହା ଚାଇନାର ଯେକୌଣସି ଏୟାରବେସ୍ ଅପେକ୍ଷା ବହୁତ ନିକଟତର । ସୂଚନାନୁସାରେ, ଚାଇନା ସ୍କୋର୍ଦୁ ଏୟାରବେସ୍‌ ବ୍ୟବାହାର କରିବା ପାଇଁ ଏହାର କ୍ଷମତା ପରୀକ୍ଷା କରୁଛି ।

CHina J 10

ସୂଚନାନୁସାରେ, ଲଦାଖ ବିରୋଧରେ ବ୍ୟବହାର କରିବା ପାଇଁ ଚୀନ୍‌ର ତିନୋଟି ଏୟାରବେସ୍ ରହିଛି । ଯେଉଁଠାରୁ ଏହାର ଯୁଦ୍ଧ ବିମାନକୁ ସେ ବ୍ୟବହାର କରିପାରିବ । ସେଗୁଡ଼ିକ ହେଲା କାଶଗର, ହୋତାନ୍ ଏବଂ ନଗ୍ରି ଗୁରୁଗୁନ୍ସା । କିନ୍ତୁ ଏହି ଏୟର୍‌ବେସ୍‌ ଗୁଡ଼ିକର ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ସୀମିତ । କାଶଗରରୁ ଲେହର ଦୂରତା ୬୨୫ କିଲୋମିଟର ଥିବା ବେଳେ ଲେହରୁ ଖୋତାନ ୩୯୦ କିଲୋମିଟର ଏବଂ ଲେହରୁ ଗୁରୁଗୁନ୍ସା 330 କିଲୋମିଟର ଦୂରତା ରହିଛି । ଏହି ସମସ୍ତ ଏୟାର୍‌ବେସ୍‌ ତିବ୍ଦତଠାରୁ ୧୧,୦୦୦ ଫୁଟ୍‌ ଅଧିକ ଉଚ୍ଚରେ ରହିଛି ।

CHina J 10

ଏହା ମଧ୍ୟ କୁହାଯାଉଛି ଯେ ସ୍କୋର୍ଦୁଠାରୁ ଲେହର ଦୂରତା ପ୍ରାୟ ୧୦୦ କିଲୋମିଟର ଏବଂ କାର୍ଗିଲ ଠାରୁ ୭୫ କିଲୋମିଟର । ଏହି ଏୟାରବେସ୍‌ରେ ଦୁଇଟି ରନ୍‌ଓ୍ୱେ ରହିଛି । ସେଥିମଧ୍ୟରୁ ଗୋଟିଏ ଅଢ଼େଇ କିଲୋମିଟର ଏବଂ ଅନ୍ୟଟି ୩.୫ କିଲୋମିଟର ବିଶିଷ୍ଟ । ଏହିଠାରୁ ଚାଇନା ନିଜ ଯୁଦ୍ଧ ବିମାନକୁ ଉଡ଼ାଇପାରିବ ଏବଂ ଭାରତ ଉପରେ ଆକ୍ରମଣ କରି ସହଜରେ ଫେରିପାରିବ । ଏହାପରେ ଭାରତ ଯଦି ସ୍କୋର୍ଦୁ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବ ତେବେ ପାକିସ୍ତାନ ଯୁଦ୍ଧ ମଇଦାନକୁ ଓହ୍ଲାଇବା ପାଇଁ ବାହାନା ପାଇଯିବ । ଯାହାକି ଭାରତକୁ ଦୁଇ ପଟୁ ଶତ୍ରୁଙ୍କ ସହ ଲଢ଼ିବାକୁ ପଡ଼ିବ ।

Skardu air Base 1

ଅନ୍ୟପଟେ ଆଇଏସଆଇ, ଚାଇନାର ଗୁଇନ୍ଦା ଏଜେନ୍ସି ରାଜ୍ୟ ସୁରକ୍ଷା ମନ୍ତ୍ରଣାଳୟର ଲୋକଙ୍କୁ ଆତଙ୍କବାଦୀ ସଂଗଠନ ଅଲ ବଦ୍ରର ଆତଙ୍କବାଦୀଙ୍କ ସହ ମିଶାଇଛି । ଏହି ବୈଠକର ଉଦ୍ଦେଶ୍ୟ ହେଉଛି କାଶ୍ମୀରରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ପାଣ୍ଠି ଯୋଗାଇବା । ସେପଟେ ପିଆର ମିରପୁରର ଏକ ତାଲିମ ଶିବିରରେ ପାକିସ୍ତାନୀ ସେନା ଉଇଙ୍ଗ୍‌ର ମୁସଲମାନମାନଙ୍କୁ ତାଲିମ ଦେଉଛି ।

Skardu air Base 1କେବଳ ଏତିକି ନୁହେଁ, ପାକିସ୍ତାନୀ ଜିହାଦି ଗୋଷ୍ଠୀ ମଧ୍ୟ ବାଲୁଚିସ୍ତାନର ଉଇଙ୍ଗର ମୁସଲମାନମାନଙ୍କୁ ତାଲିମ ଦେଉଛନ୍ତି । ଏହା ବ୍ୟତୀତ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା ଏବଂ ଜମାତ-ଏ-ତବଲିଗି ଦକ୍ଷିଣ ଶିନ୍‌ଜିଆଙ୍ଗରେ ଉଇଙ୍ଗର ମୁସଲମାନମାନଙ୍କୁ ସମର୍ଥନ କରୁଛନ୍ତି ।

Leave a Reply