ଏଲଏସି ବିବାଦ ମଧ୍ୟରେ ଆଜି ଭାରତ ଓ ଚୀନ୍ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା

1 min read

ନୂଆଦିଲ୍ଲୀ: ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା । ପୂର୍ବ ଲଦାଖ ସୀମା ମୋଲଡୋରେ ବୈଠକ ବସୁଛି । ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନାରେ ପ୍ରଥମ ଥର ପାଇଁ ବିଦେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ନବୀନ ଶ୍ରୀବାସ୍ତବ ଯୋଗ ଦେଉଛନ୍ତି ।

ଅଗଷ୍ଟ ୨ ପରେ ବରିଷ୍ଠ କମାଣ୍ଡର ଲେଫ୍‌ଟେନେଣ୍ଟ ଜେନରଲ ହରିନ୍ଦର ସିଂହ ଓ ତାଙ୍କ ଚୀନ୍ ପ୍ରତିପକ୍ଷ ମେଜର ଜେନେରାଲ ଲିୟୁ ଲିନ୍‌ଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ । ନିଜ ମାଟିରୁ ଇଞ୍ଚେ ବି ପଛକୁ ହଟିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି । ଆଜିର ବୈଠକରେ ଫୋକସ୍‌ରେ ରହିଛି ପେଙ୍ଗୋଙ୍ଗ ଓ ଦେପସାଙ୍ଗ ଅଞ୍ଚଳ ।

ଗଲୱାନ୍ ପରି ସେଠାରୁ ମଧ୍ୟ ସେନା ଅପସାରଣ ଉପରେ ଗୁରୁତ୍ୱ ଦେବ ଭାରତ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ହୋଇଥିବା ନିଷ୍ପତ୍ତିର ଅନୁପାଳନ ନେଇ ଦାବି ରଖାଯିବ । ମସ୍କୋରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଓ ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ ସୀମା ବିବାଦ ନେଇ ଆଲୋଚନା ହୋଇଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ପଞ୍ଚସୂତ୍ରୀ ସହମତି ହୋଇଥିଲା । ଏହାପରେ ଆଜି ପ୍ରଥମ ବୈଠକ ବସୁଛି ।

Leave a Reply