ବାହାରୁନି ସମାଧାନର ବାଟ: ମାଇନସ୍ ଡିଗ୍ରୀ ତାପମାତ୍ରାରେ ରୋଗାକ୍ରାନ୍ତ ହେଉଛନ୍ତି ଚୀନ ସେନା

ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମା ବିବାଦରେ ବାହାରିପାରୁନି ସମାଧାନର ସୁତ୍ର  । ଉଭୟ ସୀମାରୁ ସେନା ହଟାଇବା ପାଇଁ ଆଲୋଚନା କରାଯାଉଥିଲେ ମଧ୍ୟ ଚୀନ ନିଜ ଯିଦରେ ଅଟଳ ରହିଛି  । ସେନା ହଟାଇବା ପାଇଁ ଉଭୟ ପକ୍ଷ ଯେଉଁ ସର୍ତ୍ତ ରଖିଥିଲେ ତାକୁ ଆଲୋଚନା ବେଳେ ଖାରଜ କରିଦିଆଯାଇଛି  । ଚୀନ ସେନାର କହିବା କଥା ପ୍ରଥମେ ଭାରତ ସେନା ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରୁ । ତାପରେ ଯାଇ ଚୀନ ସେନା ହଟାଇବ ।

ଯୋଗାଯୋଗ ସହ ରାସ୍ତା ଭଲ ଥିବାରୁ ସୀମାରୁ ସେନା ହଟାଇବା ପାଇଁ ଚୀନକୁ ଖୁବ ସହଜ ହେବ ବୋଲି ସାମରିକ ସ୍ତରୀୟ ଆଲୋଚନାରେ କୁହାଯାଇଛି  । କିନ୍ତୁ ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି  । ଚୀନ ପ୍ରଥମେ ସେନା ହଟାଇବା ଦରକାର ବୋଲି ଭାରତ କହିଛି । ପୂର୍ବ ଲଦାଖରେ ତାପମାତ୍ରା ମାଇନସ ଡିଗ୍ରିରେ ଥିବା ବେଳେ ସେଠାରେ ସେନା ମୁତୟନ ଚୀନ ପାଇଁ ଆଦୌ ସହଜ ହେଉନାହିଁ  । ସେଥିପାଇଁ ଚୀନ ସେନା ପ୍ରତ୍ୟାହାର ପାଇଁ ରାଜି ହେଉଥିଲେ ମଧ୍ୟ ପ୍ରଥମେ ଭାରତ ପ୍ରକ୍ରୀୟା ଆରମ୍ଭ କରିବା ଦରକାର ବୋଲି କହୁଛନ୍ତି  ।

ସେପଟେ ପ୍ରବଳ ଶୀତକୁ ସହ୍ୟ ନକରିପାରି ଚୀନର କିଛି ସେନା ଅଧିକାରୀ ରୋଗାଗ୍ରସ୍ତ ହୋଇଥିବା ମଧ୍ୟ ଖବର ଆସୁଛି । କିନ୍ତୁ ଶୀତ ଦିନ ପାଇଁ ଭାରତର ପ୍ରସ୍ତୁତ ଯଥେଷ୍ଟ ଥିବା ବେଳେ ସୀମାରେ ସେମାନଙ୍କୁ କୌଣସି ଅସୁବିଧା ହେଉନାହିଁ  । ଚୀନ ଯଦି ଆକ୍ରମଣ କରେ ସେମାନଙ୍କୁ ଉଚିତ ଯବାବ ଦେବାକୁ ପ୍ରସ୍ତୁତ ରହିଛନ୍ତି  ।

Leave a Reply