ଚୀନ୍ ସୀମାନ୍ତରେ ଏୟାର ଷ୍ଟ୍ରିପ୍ ତିଆରି କରୁଛି ଭାରତ, ଲଦାଖରେ ବୋଫୋର୍ସ ମୁତୟନ

1 min read

ନୂଆଦିଲ୍ଲୀ: ଲଦାଖରେ ମାସେ ହେଲା ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ମାମଲାର ସମାଧାନ ପାଇଁ ୨ ଦେଶ କଥାବାର୍ତ୍ତା କରୁଛନ୍ତି । କିନ୍ତୁ, ସୀମାରେ ଭାରତ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହିଁ । ସବୁ ପରିସ୍ଥିତିର ମୁକାବିଲା ପାଇଁ ଭାରତ ଲଦାଖ ନିକଟ ବାସ୍ତିବିକ ସୀମା ରେଖା (LAC)ରେ ଏୟାର୍ ଷ୍ଟ୍ରିପ୍ ତିଆରି କରୁଛି । ଏଥିସହ ବୋଫୋର୍ସ ଆର୍ଟିଲରିକୁ ମୁତୟନ କରାଯାଉଛି ।

ଅନନ୍ତନାଗ ନିକଟର ଏନ୍ଏଚ୍-୪୪ରେ ଜରୁରୀକାଳୀନ ଏୟାର ଷ୍ଟ୍ରିପ୍ ନିର୍ମାଣ ହେଉଛି । ଏଠାରେ ଜରୁରୀ ସ୍ଥିତିରେ ଯୁଦ୍ଧ ବିମାନ ଓ ଅନ୍ୟ ବିମାନ ଅବତରଣ କରିପାରିବ ।

LAC ନିକଟରେ ଚୀନ ମଧ୍ୟ କେତକ ନିର୍ମାଣ କରିବା ସହ ଅସ୍ତ୍ରଶସ୍ତ୍ର ଠୁଳ କରୁଛି । ଅନ୍ୟପଟେ ଭାରତ ପାଖାପାଖି ୬୦ଟି ବୋଫୋର୍ସ ଆର୍ଟିଲରି ଗନକୁ ଲଦାଖ ନିକଟ ଫରୱାର୍ଡ ପଜିସନକୁ ପଠାଇଛି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଚୀନ ସହ ଲାଗି ରହିଥିବା ବିବାଦର ସମାଧାନ ଚାହୁଁଛୁ । କିନ୍ତୁ, ସ୍ଥିତିରେ ପରିବର୍ତ୍ତନ ଆସୁନାହିଁ ।

ବାୟୁସେନା ପକ୍ଷରୁ ଦକ୍ଷିଣ କଶ୍ମୀରର ଜିଜବେହରା ଅଞ୍ଚଳର NH-୪୪ରେ ଏୟାର୍ ଷ୍ଟ୍ରିପ୍ ନିର୍ମାଣ ହେଉଛି । ୩ କିମି ଲମ୍ବା ରନୱେ ରହିଛି । ଚୀନ୍ ସହ ଉତ୍ତେଜନାର ୨ ଦିନ ପୂର୍ବରୁ ଏହାର ନିର୍ମାଣ ଆରମ୍ଭ ହୋଇଛି । ଯାହାର କାମ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଲକଡାଉନ୍ ଭିତରେ ନିର୍ମାଣ ପାଇଁ ସମସ୍ତ ଆବଶ୍ୟକୀୟ ଅନୁମତି ଜିଲ୍ଲା ପ୍ରଶାସନ ତୁରନ୍ତ ଦେଇଥିଲା ।

ମେ ପହିଲାରୁ ଭାରତ ଓ ଚୀନ୍ ମଧ୍ୟରେ ଲଦାଖ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ୨ ଦେଶର ସୈନିକ ମୁହାମୁହିଁ ହେବା ପରେ ଡ୍ରାଗନ ସୀମାରେ ଶକ୍ତି ବଢାଇବା ସହ ନିର୍ମାଣକୁ ଜୋରଦାର କରିଛି । ଏହାରି ଭିତରେ ଭାରତ-ଚୀନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କଥାବାର୍ତ୍ତା ସରିଛି । ଚୀନ୍ ସେନା ବର୍ଡରରୁ ୨ କିମି ପଛକୁ ହଟିଥିବା ଜଣାପଡ଼ିଛି ।

Leave a Reply