ଦେଶରେ ରେକର୍ଡ ଭାଙ୍ଗୁଛି କରୋନା: ଋଷିଆକୁ ପଛରେ ପକାଇ ଟପ୍ ୩ରେ ପହଞ୍ଚିଲା ଭାରତ

1 min read
India become third most affected country in the world

ନୂଆଦିଲ୍ଲୀ: ଭାରତରେ ଉଗ୍ର ରୂପ ନେଉଛି କରୋନା। ସଂକ୍ରମଣ ତାଲିକାରେ ବିଶ୍ୱରେ ୩ ନମ୍ବରରେ ପହଞ୍ଚିଛି ଭାରତ । ଋଷିଆକୁ ଟପିବା ସହ ଟପ୍ ୩ରେ ପହଞ୍ଚିଛି ଭାରତ । ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସର୍ବାଧିକ କୋରନା ଆକ୍ରାନ୍ତ ଭାରତରୁ ଚିହ୍ନଟ ହୋଇଛନ୍ତି । ୱାର୍ଲଡ ମିଟର ସୂଚନା ଅନୁସାରେ ଭାରତରେ ୬ ଲକ୍ଷ ୯୫ ହଜାର ୩୯୬ କରୋନା ପଜେଟିଭ ଚିହ୍ନଟ ହେଲେଣି।

ଦେଶରେ କରୋନା ଯୋଗୁଁ ମୋଟ ୧୯ ହଜାରରୁ ଅଧିକଙ୍କର ମୃତ୍ୟୁ ହୋଇଛି । ଦେଶରେ ୪ ଲକ୍ଷ ୨୩ ହଜାର ସୁସ୍ଥ ହୋଇଥିବାବେଳେ ୨ ଲକ୍ଷ ୫୨ ହଜାର ୭୦୩ ଆକ୍ଟିଭ କେସ ରହିଛି । ସେହିଭଳି ଆମେରିକାରେ ବିଶ୍ୱର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମେରିକାର ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୫୫ ହଜାର ୨୮୨ ହୋଇଥିବାବେଳେ ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ୭୮ ହଜାର ୩୭୬ । ଆମେରିକା ଏହି ଭୟାବହ ରୋଗର କବଳରେ ଆସି ୧ ଲକ୍ଷ ୨୯ ହଜାର ୬୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ବ୍ରାଜିଲରେ ସର୍ବାଧିକ ୬୪ ହଜାର ଲୋକ ମୃତ୍ୟୁ ବରଣ କରିସାରିଲେଣି ।

ଜଣାଇ ରଖୁଛୁ ଯେ, ଲଗାତାର ଭାବେ ଦ୍ୱିତୀୟ ଦିନ ରବିବାରରେ ଭାରତରେ କରୋନା ଭାଇରସର ରେକର୍ଡ ମାମଲା ଦାୟର କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସବୁଦିନ ଜାରି କରାଯାଉଥିବା ସଂଖ୍ୟା ରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୫ ହଜାର ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୬୧୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ଗୋଟିଏ ଦିନରେ ଦାୟର କରାଯାଇଥିବା ଦିନିକିଆ ସଂଖ୍ୟା ମଧ୍ୟରୁ ସର୍ବାଧିକ ।

ଇତି ମଧ୍ୟରେ ଦିଲ୍ଲୀରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାଖାପାଖି ପହଞ୍ଚି ସାରିଲାଣି । ଦିଲ୍ଲୀ ସରକାର ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ବିଗତ ୨୪ ଘଣ୍ଟା ମଧ୍ୟରେ ୨୨୪୪ ନୁତନ କୋଭିଡ-୧୯ ମାମଲା ସାମ୍ନାକୁ ଆସିଛି ଏବଂ ୬୩ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଦିଲ୍ଲୀରେ କରୋନା ଭାଇରସର ବର୍ତ୍ତମାନ ୯୯,୪୪୪ଟି ମାମଲା ରହିଥିବା ବେଳେ ସବୁଦାୟ ୩୦୬୭ ଜଣଙ୍କ ମୃତ୍ୟୁ ହୋଇଛି । ବିଗତ ୨୪ ଘଣ୍ଟାରେ ୩୦୮୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥି ସହିତ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୧,୩୩୯ରେ ପହଞ୍ଚିଛି ।

ରେକର୍ଡ କରୁଛି କରୋନା, ୨୪ ଘଣ୍ଟାରେ ପ୍ରାୟ ୨୫ ହଜାର ସଂକ୍ରମିତ

 

Leave a Reply