ଚୀନ ପାଇଁ ବଢ଼ିବ ସମସ୍ୟା: ଆଜିଠୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ହେବ ଭାରତ

1 min read

ନ୍ୟୁୟର୍କ: ଭାରତ ପାଇଁ ନୂଆ ବର୍ଷ ବହୁତ ଖାସ୍ ହେବାକୁ ଯାଉଛି । ଜାନୁଆରୀ ପହିଲାରୁ ଭାରତ ପୁଣି ମିଳିତ ଜାତିସଂଘର ଅସ୍ଥାୟୀ ସଦସ୍ୟ ହେବାକୁ ଯାଉଛି । ୨୦୨୦ରେ ଭାରତ ଯେଭଳି ହିମାଳୟ ଉପରେ ଚୀନ ପକ୍ଷରୁ ଚ୍ୟାଲେଞ୍ଜର ସାମ୍ନା କରିଥିଲା ତାହାକୁ ନଜରରେ ରଖି ସାରା ଦୁନିଆର ନଜର ଭାରତ ଉପରେ ରହିଛି । ବିଶ୍ୱର ବହୁ ଦେଶକୁ ନିଜ ସାମ୍ରାଜ୍ୟବାଦ ନୀତି ଯୋଗୁ ହଇରାଣ କରୁଥିବା ଚୀନ କଶ୍ମୀର ପ୍ରସଂଗରେ ମଧ୍ୟ ପାକିସ୍ତାନକୁ ସହଯୋଗ କରୁଥିବା ନଜରକୁ ଆସିଥିଲା । ଏଭଳି ପରିସ୍ଥିତିରେ ମିଳିତ ଜାତିସଂଘରେ ଭାରତର ଦୁଇ ବର୍ଷର ସଦସ୍ୟତା ବଡ଼ ସୁଯୋଗ ହୋଇପାରେ ବୋଲି କୁହାଯାଉଛି ।

ମିଳିତ ଜାତି ସଂଘରେ ଚୀନ ନିଜ ସ୍ଥିତି ବହୁତ ସୁଦୃଢ଼ କରିସାରିଛି । ବଜେଟରେ ନିଜ ଯୋଗଦାନ ବଢ଼ାଇବା ସହ ସଂଗଠନର ଶୀର୍ଷ ଅଧିକାରୀଙ୍କ ସହ ସମ୍ପର୍କ ବଢ଼ିଛି । ଏଭଳି ସ୍ଥିତିରେ ଭାରତର ସଦସ୍ୟତା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ବର୍ତ୍ତମାନ ସମୟରେ ଅନ୍ୟ ପଡ଼ୋଶୀ ଦେଶମାନଙ୍କ ସହ ଚୀନ ମଧ୍ୟ ଏକ ବଡ଼ ବିପଦ ଭାବେ ଉଭା ହୋଇଛି ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦ କ’ଣ

ମିଳିତ ଜାତିସଂଘର ୬ ପ୍ରମୁଖ ସଂଗଠନ ମଧ୍ୟରୁ ଗୋଟିଏ ହେଉଛି ସୁରକ୍ଷା ପରିଷଦ । ଏହାର ମୁଖ୍ୟ କାର୍ଯ୍ୟ ସାରା ଦୁନିଆରେ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବାକୁ ହେବ । ଏହା ବ୍ୟତୀତ ସଂଯୁକ୍ତ ରାଷ୍ଟ୍ର ସଂଘ ନୂଆ ସଦସ୍ୟଙ୍କୁ ଯୋଡ଼ିବା ଏବଂ ଏହାର ଚାର୍ଟର ପରିବର୍ତ୍ତନ ସମ୍ପର୍କିତ କାର୍ଯ୍ୟ ମଧ୍ୟ ସୁରକ୍ଷା ପରିଷଦର କାର୍ଯ୍ୟର ଅଂଶ । ଏହି ପରିଷଦ ସାରା ଦୁନିଆର ଯେ କୌଣସି ଦେଶକୁ ଶାନ୍ତି ମିଶନ ପାଇଁ ଆବଶ୍ୟକ ସେନା ପଠାଇଥାଏ ।

ଏଥିସହିତ ପଢ଼ନ୍ତୁ: ଟିକାକୁ ନେଇ ବଢୁଛି ଆଶା, ଫାଇଜର ଟିକାକୁ WHOର ଅନୁମତି

Leave a Reply