ଇଡେନ ଟେଷ୍ଟରେ ଭାରତର ଐତିହାସିକ ଜିତ୍, ଯୋଡ଼ିହେଲା ଆଉ ଏକ ରେକର୍ଡ

1 min read

କୋଲକାତା: ପିଙ୍କ୍ ବଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ । ବାଂଲାଦେଶକୁ ଗୋଟିଏ ଇନିଂସ ଓ ୪୬ ରନରେ ହରାଇ ତୃତୀୟ ଦିନରେ ମ୍ୟାଚକୁ ଭାରତ ଜିତି ନେଇଛି । ୨ ଟିକିଆ ଟେଷ୍ଟ ସିରିଜକୁ ଭାରତ ୨-୦ରେ ଜିତିନେବା ସହ ଟେଷ୍ଟ ଚାମ୍ପିଅନସିପ୍ ରେକର୍ଡ ବଜାୟ ରଖିବାରେ ସକ୍ଷମ ହୋଇଛି । ଇଡେନ ଟେଷ୍ଟରେ ଭାରତ ପକ୍ଷରୁ ଇଶାନ୍ତ ଶର୍ମା ୯ଟି ୱିକେଟ୍, ଉମେଶ ଯାଦବ  ୮ଟି ୱିକେଟ ନେଇଛନ୍ତି ।

ପିଙ୍କ୍ ବଲରେ ଖେଳାଯାଇଥିବା ଦିବାରାତ୍ର ଇଡେନ୍ ଟେଷ୍ଟରେ ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ପାଳିରେ ବାଂଲା ସମସ୍ତ ୱିକେଟ ହରାଇ ୧୦୬ ରନ୍ କରିଥିଲା । ଭାରତ ୩୪୭ ରନ୍ କରି ପାଳି ଘୋଷଣା କରିଥିଲା । ଦ୍ୱିତୀୟ ଇନିଂସରେ ବାଂଲାଦେଶ ସମସ୍ତ ୱିକେଟ୍ ହରାଇ ୧୯୫ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ମ୍ୟାଚକୁ ଭାରତ ଇନିଂସ ଓ ୪୬ ରନରେ ଜିତିଛି ।

ଇଡେନ ଟେଷ୍ଟ ଜିତ ଭାରତ ନିଜ ନାଁରେ ଆଉ ଏକ ରେକର୍ଡ ଯୋଡ଼ିଛି । ଭାରତ ଲଗାତାର ୪ଟି ଟେଷ୍ଟ ଗୋଟିଏ ଇନିଂସ ଓ ରନ୍ ବ୍ୟବଧ୍ୟାନରେ ଜିତିଛି । ଏହା ପୂର୍ବରୁ ବିଶ୍ୱର କୌଣସି ଟିମ୍ ନିଜ ନାଁରେ ଏହି ରେକର୍ଡ କରିନାହିଁ । ବାଂଲା ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତ ଇନିଂସ ଓ ୧୩୦ ରନରେ ଜିତିଥିଲା । ଏହା ପୂର୍ବରୁ ଦକ୍ଷିଣଆଫ୍ରିକା ବିପକ୍ଷ ରାଞ୍ଚି ଓ ପୁଣେ ଟେଷ୍ଟକୁ ଭାରତ ଇନିଂସ ଓ ରନ୍ ବ୍ୟବଧାନରେ ବିଜୟ ଲାଭ କରିଥିଲା । 

Leave a Reply