ଆର୍ମି କ୍ୟାଣ୍ଟିନରେ ଆଉ ମିଳିବନି ବିଦେଶୀ ସାମଗ୍ରୀ, ଆତ୍ମନିର୍ଭର ଭାରତ ଯୋଜନାକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ରର ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: ଦେଶରେ ଆଉ ଆର୍ମି କ୍ୟାଣ୍ଟିନରେ ମିଳିବନି ବିଦେଶୀ ସାମଗ୍ରୀ । ୪ ହଜାର ଆର୍ମି କ୍ୟାଣ୍ଟିନକୁ ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆମଦାନୀ ହେଉଥିବା ସାମଗ୍ରୀ ମଧ୍ୟରେ ବିଦେଶୀ ମଦ ରହିଛି । ଆତ୍ମନିର୍ଭର ଭାରତ ଯୋଜନାକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ନିଷ୍ପତି ନିଆଯାଇଛି ।

CSD କାଉଣ୍ଟର ମାଧ୍ୟମରେ ଏହି ଜିନିଷଗୁଡ଼ିକର ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯିବ ଏବଂ ସେମାନଙ୍କୁ ଭାରତୀୟ ଉତ୍ପାଦଗୁଡ଼ିକ ବଦଳାଇ ଦିଆଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ କ୍ୟାଣ୍ଟିନରେ ବିକ୍ରି ପାଇଁ ବିଦେଶୀ ମଦ ଆମଦାନୀ ବନ୍ଦ ହୋଇପାରେ।

ପୂର୍ବରୁ ମଧ୍ୟ ଗୃହ ବିଭାଗ ପକ୍ଷରୁ ଆର୍ମି କ୍ୟାଣ୍ଟିନକୁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲା । ଆମଦାନୀ ହେଉଥିବା ବିଦେଶୀ ସାମଗ୍ରୀର ତାଲିକା ପ୍ରକାଶ ପାଇନାହିଁ ।  ପାଖାପାଖି ୭ ପ୍ରତିଶତ ଆମଦାନୀ ସାମଗ୍ରୀ କ୍ୟାଣ୍ଟିନରେ ବିକ୍ରି ହେଉଥିବା ଜଣାପଡିଛି । କ୍ୟାଣ୍ଟିନରେ ଏଣିକି ଲୋକାଲ ସାମଗ୍ରୀ ବିକ୍ରି କରିବା ପାଇଁ ପ୍ରୟାସ କରାଯିବ ବୋଲି କୁହାଯାଇଛି । ଆର୍ମି କ୍ୟାଣ୍ଟିନରେ ବିକ୍ରି ହେଉଥିବା ୧୦ ଟି ବୋତଲ ମଧ୍ୟରୁ ଚାରିଟି ପ୍ରାୟତଃ ସାଧାରଣତ ଲୋକମାନଙ୍କ ମଧ୍ୟରେ ବିକ୍ରି ହୋଇଥାଏ । ଯେମିତିକି ବନ୍ଧୁ ଏବଂ ପରିବାର ଯେଉଁମାନେ ସେନାରେ କାମ କରନ୍ତି ନାହିଁ । ଗତ କିଛି ମାସ ଧରି, ଅଧିକାଂଶ ୟୁନିଟରେ ଚାଲୁଥିବା କ୍ୟାଣ୍ଟିନରେ ମଧ୍ୟ ବିଦେଶୀ ମଦ ବ୍ରାଣ୍ଡ ଉପଲବ୍ଧ ହୋଇ ନାହିଁ ।

Leave a Reply