ନାଗରିକତା ବିଲକୁ ଉତ୍ତର ପୂର୍ବରେ ଜୋରଦାର ବିରୋଧ, ବିଭିନ୍ନ ସ୍ଥାନରେ କର୍ଫ୍ୟୁ ମୁତୟନ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲକୁ ନେଇ ସାରା ଦେଶରେ ଜୋରଦାର ବିରୋଧ ଜାରି ରହିଛି । ବିଶେଷ କରି ଉତ୍ତରପୂର୍ବ ରାଜ୍ୟ ଗୁଡ଼ିକରେ ହିଂସା ଅଧିକ ହୋଇଛି । ଗୌହାଟୀର ୧୦ଟି ଜିଲ୍ଲାରେ ବିରୋଧ ପ୍ରଦର୍ଶନ ଖୁବ୍ ଜୋର ହୋଇଛି । କେଉଁଠି ଛାତ୍ରଛାତ୍ରୀ ବିଲକୁ ବିରୋଧ କରି ହାତ କାଟିଛନ୍ତି ତ ଆଉ କେଉଁଠି ପୋଡ଼ାଜଳା, ଭଙ୍ଗାରୁଜା ହୋଇଛି ।

ଗୌହାଟୀକୁ ୨ କଂପାନୀ ଫୋର୍ସ ପଠାଯାଇଛି ।  ଆଜି ଗୌହାଟୀରେ ମୁଖ୍ୟମନ୍ତ୍ରୀଙ୍କୁ ଏୟାରପୋର୍ଟ ଯିବାବେଳେ ହଟହଟ୍ଟା ହେବାକୁ ପଡ଼ିଛି । ପୋଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ଓ ପାଣିମାଡ଼ କରାଯାଇଛି । ଗୌହାଟୀର ୧୨ ଜିଲ୍ଲାରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବାକୁ ସାମୟିକ ପାଇଁ ବନ୍ଦ ରଖାଯାଇଛି ।

ଏପଟେ ରାଜ୍ୟସଭାରେ ବିଲକୁ ନେଇ ଜୋରଦାର ଆଲୋଚନା ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା ବିଲ୍ ପ୍ରସଙ୍ଗରେ ଆଲୋଚନା କରି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ।

 

Leave a Reply