AUS vs IND : ଅଷ୍ଟ୍ରେଲିଆ କ୍ୟାପ୍ଟେନଙ୍କ ସ୍ଲେଜିଂ ଉତ୍ତରରେ ଅଶ୍ୱିନୀ ଏମିତି କଥା କହିଲେ

ସିଡିନି : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ଡ୍ର’ ହୋଇଛି । ୫ ଜଣ ଆହତ ଖେଳାଳୀଙ୍କୁ ନେଇ ମୈଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ତା’ର ଘରୋଇ ପଡିଆରେ ଏମିତି ମଜା ଚଖାଇଛି ଯାହାକୁ କଙ୍ଗାରୁ ବହୁତ ଦିନ ଧରି ମନେ ରିଖିବେ । ମ୍ୟାଚ୍ ଡ୍ର’ ରହିଥିଲେ ମଧ୍ୟ ଫ୍ୟାନଙ୍କ ପାଇଁ ଏହା କୌଣସି ବିଜୟଠାରୁ କମ ନଥିଲା । ମ୍ୟାଚର ଫଳାଫଳ ସଂଜୟ ମାଂଜରେକରଙ୍କ ଭଳି ପୂର୍ବତନ କ୍ରିକେଟର ତଥା କମେଣ୍ଟେଟରଙ୍କୁ ଭାବୁକ କରି ଦେଇଥିଲା । ଅନ୍ ଏୟାର ସେ କାନ୍ଦି ପକାଇଥିଲେ । ଭାରତୀୟ ଟିମ୍ ବିପରିତ ପରିସ୍ଥିତିରେ ଯେଉଁଭଳି ଲଢେଇ ଲଢିଥିଲା ତାହାକୁ ଚାରି ଆଡୁ ପ୍ରଂଶସା କରାଯାଉଛି ।

ଟିମ୍ ପେନଙ୍କୁ ଅଶ୍ୱିନ ଦେଲେ ଏମିତି ଉତ୍ତର..

୫ ୱିକେଟ୍ ହରାଇ ଭାରତ ୩୧୯ ରନରେ ଖେଳୁଥିଲା । ନାଥନ ଲୟାନଙ୍କ ସହ ଅନ୍ୟ ଅଷ୍ଟ୍ରେଲିୟ ବୋଲରଙ୍କ ପାଇଁ ରବି ଅଶ୍ୱିନ ଓ ହନୁମା ବିହାରିଙ୍କ ୱିକେଟ୍ କିନ୍ତୁ ଅପହଂଚ ହୋଇ ପଡିଥିଲା । ସବୁ ଚେଷ୍ଟା ବିଫଳ ହେବା ପରେ ଟିମ୍ ଅଷ୍ଟ୍ରେଲିଆ ଯେଉଁଥିପାଇଁ କୁଖ୍ୟାତ ତାକୁ ଆରମ୍ଭ କରିଥିଲା । ଏହା ଥିଲା ଦୁଇ ଭାରତୀୟ ବ୍ୟାଟସମ୍ୟାନଙ୍କ ବିରୋଧରେ ମାଇଣ୍ଡ୍ ଗେମ୍ । ୱିକେଟ୍ ପଛରେ ଥିବା ଅଷ୍ଟ୍ରେଲିଆ କ୍ୟାପ୍ଟେନ ଅଶ୍ୱିନଙ୍କ ଧ୍ୟାନ ଭାଙ୍ଗିବା ପାଇଁ ସ୍ଲେଜିଂ ଆରମ୍ଭ କରିଥିଲେ । ଲକ୍ଷ୍ୟ ଥିଲା ଅଶ୍ୱିନଙ୍କ ଧ୍ୟାନ ଖେଳ ଉପରୁ ହଟାଇବା । କିନ୍ତୁ ଅଶ୍ୱିନ ଏମିତି ଉତ୍ତର ଦେଇଥିଲେ ଯାହାକୁ ଶୁଣି ଟିମ୍ ପେନଙ୍କ ପାଟି ବନ୍ଦ ହୋଇଯାଇଥିଲା । ଟିମ୍ ପେନ୍ ପଛପଟୁ ଅଶ୍ୱିନଙ୍କୁ ଶୁଣାଇ କହିଥିଲେ ଯେ, ଗାବା ଟେଷ୍ଟକୁ ଆଉ ଅପେକ୍ଷା କରି ହେଉନି । ଏମିତି କହି ପେନ୍ କହିବାକୁ ଚାହୁଁଥିଲେ ଯେ, ସିଡନି ଟେଷ୍ଟ ଅଷ୍ଟ୍ରେଲିଆ ଜିତି ସାରିଲାଣି । କିନ୍ତୁ ଅଶ୍ୱିନ କହିଥିଲେ ‘‘ ତମକୁ ଭାରତରେ ଦେଖିବା ବାକି ରହିଲା । ଭାରତ ସିରିଜ ତୁମର ଶେଷ ସିରିଜ୍ ହେବ’’ । ପେନ୍ ଏମିତି ଉତ୍ତର ଅପେକ୍ଷା କରିନଥିଲେ । ତେଣୁ କିଛି ସମୟ ପାଇଁ ସେ କ’ଣ କହିବେ ଭାବି ପାରିନଥିଲେ । ତେବେ ପରେ ସେ ଅଶ୍ୱିନଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିଲେ ।

କେବଳ ପେନ୍ ନୁହନ୍ତି ମ୍ୟାଥ୍ୟୁ ବେଡ୍ ମଧ୍ୟ ଅଶ୍ୱିନଙ୍କୁ ଚିଡାଇବାକୁ ଅଭଦ୍ରାମୀ କରିଥିଲେ । ସର୍ଟ ଲେଗରେ ଛିଡା ହୋଇଥିବା ମ୍ୟାଥୁ ବେଡଙ୍କ ଆଡକୁ ଅଶ୍ୱିନ ଗୋଟିଏ ସଟ୍ ଖେଳିଥିଲେ । ବଲକୁ ଫିଲ୍ଡିଂ କରି ସେ ବୋଲରଙ୍କ ଆଡକୁ ଏମିତି ଦୌଡିଥିଲେ ଯେମିତି ଭାରତୀୟ ଖେଳାଳୀ ଭୟଭିତ ହେବେ । ଏହା ସହ ବଲ୍ ଧରିବା ପରେ ସେ ଆହତ ହେବାର ନାଟକ କରିଥିଲେ । ଅସଲରେ ସେ ଅଶ୍ୱିନଙ୍କ ମଜା ଉଡାଉଥିଲେ କାରଣ ଅଶ୍ୱିନ ପେଟ୍ କମିଂସଙ୍କ ବଲରେ ଆହତ ହୋଇଥିଲେ ।

Leave a Reply