KJS ଆଲୁୱାଲିଆ ଗ୍ରୁପ ଅଫିସରେ ଆୟକର ବିଭାଗର ରେଡ୍

Income Tax Raid In KJS AHLUWALIA GROUP Office Badbil And Rourkela

ବଡ଼ବିଲ/ରାଉରକେଲା: ଆୟକର ବିଭାଗ ରାଡାରରେ କେଜେଏସ୍ ଆଲୁୱାଲିଆ ଗ୍ରୁପ୍ । କମ୍ପାନୀର ବଡ଼ବିଲ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସହ ଉଲିବୁରୁ ସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ ପ୍ଲାଣ୍ଟ ଏବଂ ଗୁଆଲି ବରପଦାରେ ଥିବା ଷ୍ଟିଲ୍ ଏଣ୍ଡ୍ ପାୱାର ଡିଭିଜନ ପ୍ଲାଣ୍ଟରେ ଛାପା ମାରିଛି ଆୟକର ବିଭାଗ । ବଡ଼ବିଲ ସମେତ ରାଉରକେଲାରେ ଥିବା କେଜେଏସ୍ ଆଲୁୱାଲିଆ ଗ୍ରୁପ୍ ଅଫିସରେ ଗତକାଲିଠାରୁ ରେଡ୍ ଜାରି ରହିଛି ।

Income Tax Raid In KJS AHLUWALIA GROUP Office Badbil And Rourkela

ଗତକାଲି ଠାରୁ ଏକକାଳୀନ ବଡ଼ବିଲ, ଉଲିବୁରୁ, ବରପଦା ଓ ରାଉରକେଲା ସମେତ କେଜେଏସ୍ ଆହଲୁୱାଲିଆ ଗ୍ରୁପର ବିଭିନ୍ନ ଠିକଣାରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଇ ଚାଲିଛି । କମ୍ପାନୀର ବିଭିନ୍ନ ଟ୍ୟାକ୍ସ ସମ୍ବନ୍ଧୀୟ ସମସ୍ତ ରେକର୍ଡ ପତ୍ରକୁ ଆୟକର ଅଧିକାରୀ ଯାଞ୍ଚ କରିବା ସହ କମ୍ପ୍ୟୁଟର ଡାଟାର ଯାଞ୍ଚ କରୁଛନ୍ତି । ଆୟକର ବିଭାଗ କମ୍ପାନୀର ସମସ୍ତ ବ୍ୟାଙ୍କ ଦେଣନେଣ ସମ୍ପର୍କିତ ସମସ୍ତ ତଥ୍ୟକୁ ଅନୁଧ୍ୟାନ କରୁଥିବାର ସୂଚନା ମିଳିଛି ।

Income Tax Raid In KJS AHLUWALIA GROUP Office Badbil And Rourkela

ରେଡ୍ ବେଳେ ଗଣମାଧ୍ୟମ ପ୍ରତିନିଧି, ଆୟକର ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇ ପାରିନାହିଁ । ତେବେ, ରେଡ୍ ନେଇ କେଜେଏସ୍ ଆଲୁୱାଲିଆ ଗ୍ରୁପ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply