ଓଡ଼ିଶାରେ କରୋନା ଷ୍ଟେଜ-୨ ରୁ ଷ୍ଟେଜ-୩କୁ ପ୍ରବେଶ କରିଥିବା ଆଶଙ୍କା: ସୁବ୍ରତ ବାଗଚୀ

1 min read

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ପଜିଟିଭଙ୍କ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି କରେନା ମୁ୍କାବିଲା କମିଟିର ମୁ୍ଖ୍ୟ ମୁ୍ଖପାତ୍ର ସୁବ୍ରତ ବାଗଚୀ। ସମ୍ପୃକ୍ତ ବ୍ୟକ୍ତି ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀ ଯାଇଥିଲେ ସେଠାରୁ ସେ ହରିୟାଣା ଯାଇଥିଲେ । ୧୦ ମାର୍ଚ୍ଚରେ ଦିଲ୍ଲୀରୁ ଇଣ୍ଡିଗୋ ବିମାନ ଯୋଗେ ତାଙ୍କ ସ୍ତ୍ରୀ ଓ ଝିଅ ସହ ଭୁବନେଶ୍ବରରେ ପହଞ୍ଚିଥିଲେ । ୧୩ ମାର୍ଚ୍ଚରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କଲେ। ୧୬ ମାର୍ଚ୍ଚରେ ସେ ବିଧାନସଭା  ଡିସପେନସାରିକୁ ଯାଇଥିଲେ । ତା ପରେ ୨୧ ରେ ଅଧିକ ଚିକିତ୍ସା ପାଇଁ ଭୂବନେଶ୍ବରର ୟୁନିଟ ୩ରେ ଥିବା  କର କ୍ଲିନିକକୁ ଯାଇଥିଲେ ।

ଦର୍ଶକଙ୍କ ମନ ମୋହିବା ପାଇଁ ଦୂରଦର୍ଶନରେ ପୁଣି ଆସିବ ରାମାୟଣ

୨୩ରେ ତାଙ୍କୁ ଆଇସିୟୁରେ  ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା । ୨୪ ମାର୍ଚ୍ଚରେ ଡିସଚାର୍ଜ ହୋଇ ୨୫ରେ କ୍ୟାପିଟାଲ ହସପିଟାଲ ଆଡମିଟ ହୋଇଥିଲେ ଓ ସେହିଦିନ ତାଙ୍କ ନମୁ୍ନା ସଂଗ୍ରହ କରି କରୋନା ଟେଷ୍ଟ ପାଇଁ ପଠାଯାଇଥିଲା । ଏବଂ ୨୬ ତାରିଖରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଲା । ଏବେ ତାଙ୍କ  ସଂସ୍ପର୍ଶରେ ଆସିଥିବା ତାଙ୍କ ସ୍ତ୍ରୀ ଓ ଝିଅ ଓ ଡ୍ରାଇଭରକୁ କ୍ବାରେଣ୍ଟାଇନରେ ରହିଛନ୍ତି । ତା ଛଡା ସେହି ସମୟରରେ ଇଣ୍ଡିଗୋ ବିମାନ, ବିଧାନସଭା ଡିସପେନସନାରୀ ଓ କର କ୍ଲିନକିକୁ ଯାଇଥିବା ବ୍ୟକ୍ତି ନିଜକୁ କ୍ବାରେଣ୍ଟାଇନ କରିବାକୁ ଅନୁରୋଧ କରିଛନ୍ତି ସୁବ୍ରତ ବାଗଚୀ ।  ସବୁଠୁ ଗୁରୁତ୍ବପୁର୍ଣ୍ଣ କଥା ହେଉଛି  ଏ ହେଉଛି ସବୁଠୁ ସମ୍ବେଦନଶୀଳ ସମୟ ଆମ ସମସ୍ତଙ୍କୁ ଅଧିକ ଯତ୍ନବାନ ହେବାର ଆକଶ୍ୟକ ଆସିଛି । କାହିଁକି ନା  ଏହି କ୍ୟକ୍ତିଙ୍କ ଲକ୍ଷଣରୁ ଓଡିଶାରେ କରୋନା ଷ୍ଟେଜ-୨ରୁ ଷ୍ଟେଜ-୩କୁ ଯାଇଥିବା ଆଶଙ୍କା କରିଛନ୍ତି ସୁବ୍ରତ ବାଗଚୀ ।

Leave a Reply