IPL 2020 : ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

Rohit Sharma

ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗର ଏକ ମୁକାବିଲାରେ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ  ୩୪ ରନରେ ପରାସ୍ତ କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୨୦ ଓଭରରେ ୧୦.୪ ହାରରେ ୨୦୮ ରନ କରିଥିଲା  । ଦଳ ପକ୍ଷରୁ କ୍ୱେଣ୍ଟନ ଡିକକ୍ ସର୍ବାଧିକ ୬୭ ରନ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ଯାଦବ ୨୭, ଇଶାନ କିଷାନ ୩୧, ହାର୍ଦ୍ଦିକ ପାଣ୍ଡ୍ୟା ୨୮, କିରଣ ପୋଲାର୍ଡ ୨୫ ଏବଂ କୁନାଲ ପାଣ୍ଡ୍ୟା ୨୦ ରନ କରିଥିଲେ । କ୍ରିକେଟ ଜଗତର ହିଟ କୁମାର ଭାବେ ପରିଚିତ ରୋହିତ ଶର୍ମା ଆଜି ଫେଲ ମାରିଥିଲେ । ସେ ମାତ୍ର ଗୋଟିଏ ଛକା ମାରି ଆଉଟ ହୋଇଯାଇଥିଲେ । ସେହିପରି ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା ଓ ଏସ କୌଲ ୨ଟି ଲେଖାଏ ଉଇକେଟ ନେଇଥିଲେ । ସେହିପରି ସ୍ପିନର ରସିଦଖାନ ମଧ୍ୟ ଗୋଟିଏ ଉଇକେଟ ନେଇଥିଲେ ।

୨୦ ଓଭରରେ ୨୦୯ ରନର ଲକ୍ଷ୍ୟ ନେଇ ସନରାଇଜର୍ସ ପ୍ରାରମ୍ଭରୁ ଭଲ ବ୍ୟାଟିଂ କରିଥିଲା । ହେଲେ ନିୟମିତ ଉଇକେଟ ହରାଇବା ଦଳକୁ ମହଙ୍ଗା ପଡିଥିଲା । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୬୦, ବେୟାରଷ୍ଟୋ ୨୫, ମନୀଷ ପାଣ୍ଡେ ୩୦ ରନ କରିଥିଲେ । କେନ ଉଇଲିୟମ୍ସ ମାତ୍ର ୩ ରନ କରି ଆଉଟ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପି.କେ ଗର୍ଗ ୮, ଅଭିଷେକ ଶର୍ମା ୧୦, ଅବଦୁଲ ସାମଦ ୨୦ ରନ କରିଥିଲେ । ଏହିପରି ଭାବେ ଦଳ ୭ ଉଇକେଟ ହରାଇ ନିର୍ଦ୍ଦାରିତ ଓଭରରେ ୧୭୪ ରନ କରିଥିଲା ।

Leave a Reply