ହାଇଦ୍ରାବାଦ ମୁନିସିପାଲିଟି ନିର୍ବାଚନ ପୂର୍ବରୁ ଅମିତ ଶାହଙ୍କ ରାଲି; ନିଜାମ ପରମ୍ପରାରୁ ମୁକ୍ତ କରିବା ନେଇ ପ୍ରତିଶ୍ରୁତି ଦେଲେ…

1 min read

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମୁନିସିପାଲ ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ନିର୍ବାଚନ କେତେ ଗୁରୁତ୍ୱପୂର୍ଣ୍ଣ ସେକଥା ଆଜିର ରାଲି କହିଦେଲା । ଗୃହମନ୍ତ୍ରୀ ଅମିତ ଶାହ ନିଜେ ରାଲିରେ ଯୋଗ ଦେଇଛନ୍ତି । ଅଭିଭାଷଣରେ ହାଇଦ୍ରାବାଦ ବୁନିୟାଦୀ ପରମ୍ପରା ଉପରେ ପ୍ରହାର କରି ସେ କହିଛନ୍ତି ଯେ ନବାନ-ନିଜାମ ପରମ୍ପରାର ଅନ୍ତ ଘଟାଇବା ଭାରତୀୟ ଜନତା ପାର୍ଟିର ପ୍ରଥମ ଲକ୍ଷ୍ୟ ।

ନିଜାମ ପରମ୍ପରାରୁ ହାଇଦ୍ରାବାଦକୁ ବାହରକୁ ଆଣି ଆମେ ଏକ ନୂଆ ହାଇଦ୍ରବାଦ ତିଆରି କରିବା ସପକ୍ଷରେ ରହିଛୁ । ସେହିଭଳି ଆଧୁନିକ ହାଇଦ୍ରାବାଦ ଗଠନ ପାଇଁ ଆହୁରି ଅନେକ ପ୍ରୟାସ ହେବା ବାକି ଯାହା ପାଇଁ ଭାରତୀୟ ଜନତା ପାର୍ଟି ସବୁ ପ୍ରକାରର ପ୍ରୟାସ କରିବ । ସେହିଭଳି ଅମିତ ଶାହ ହାଇଦ୍ରାବାଦ ମୁନିସିପାଲିଟି ନିର୍ବାଚନ ସମ୍ପର୍କରେ ମନ୍ତବ୍ୟ ରଖିଛନ୍ତି ଯେ, ହାଇଦ୍ରବାଦ ନିର୍ବାଚନରେ ସିଟ୍ ଲାଭ କରିବା ଲକ୍ଷ୍ୟରେ ଆମେ ନିର୍ବାଚନ ଲଢୁନାହୁଁ । ଆମର ଏକମାତ୍ର ଲକ୍ଷ୍ୟ ହେଉଛି ମେୟର ଚେୟାର । ଭାରତୀୟ ଜନତା ପାର୍ଟି ପ୍ରତି ହାଇଦ୍ରବାଦବାସୀଙ୍କର ଅକୁଣ୍ଠ ସମର୍ଥନ ରହିଛି ।

ଏହି ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ସେହିଭଳି ହାଇଦ୍ରାବାଦ ଏକ ଅସୀମ ସମ୍ଭାବନାର ସହର ବୋଲି ସେ କହିଛନ୍ତି । ଆଇଟି କ୍ଷେତ୍ରରେ ଏହି ସହରକୁ ଶୀର୍ଷକୁ ନିଆଯାଇପାରେ । ଆଇଟି ହବରେ ପରିଣତ କରିବା ପାଇଁ ଯାହା ସାଧନ ଆବଶ୍ୟକ ହୋଇଥାଏ ତାହା ମଧ୍ୟ ମିଳୁଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଏସବୁ କରି ହେବ ।

Leave a Reply