ରାଜଧାନୀର ନନ୍ଦନ ବିହାରରେ ବ୍ରିଟେନ୍‌ ଫେରନ୍ତା କରୋନା ରୋଗୀ

Odisha Reports 6215 Corona Cases In Last 24 Hour

ଭୁବନେଶ୍ୱର: ରାଜଧାନୀର ନନ୍ଦନ ବିହାରରେ ବ୍ରିଟେନ ଫେରନ୍ତା କରୋନା ରୋଗୀ । ବ୍ରିଟେନରୁ ପଜିଟିଭ ରୋଗୀ ଭୁବନେଶ୍ୱର ପହଂଚିବା ପରେ ଏବେ ଚିନ୍ତାରେ ପ୍ରଶାସନ । ତଥାପି ଲୋକଙ୍କୁ ଭୟଭିତ ନ ହେବାକୁ କୁହାଯାଇଛି । ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି ।

କୋଭିଡ ହସ୍ପିଟାଲରେ ବ୍ରିଟେନ ଫେରନ୍ତାଙ୍କୁ ଅନ୍ୟ କରୋନା ରୋଗୀଙ୍କଠାରୁ ଅଲଗା ରଖି ଚିକିତ୍ସା କରାଯାଉଛି । ଆଗକୁ ନୂଆ ଷ୍ଟ୍ରେନ୍‌ ଦ୍ଵାରା ଆକ୍ରାନ୍ତ ବିଷୟରେ ଜଣାପଡ଼ିଲେ କଣ୍ଟନମେଣ୍ଟ ଜୋନ୍ ଘୋଷଣା ନେଇ ପଦକ୍ଷେପ ନିଆଯାଇପାରେ । ବ୍ରିଟେନ ଫେରନ୍ତା ଯୁବକଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏଲଏସ ନିର୍ଦେଶକ ଅଜୟ ପରିଡା । ସେ କହିଛନ୍ତି ବ୍ରିଟେନରୁ ଫେରି ଯିଏ ପଜିଟିଭ୍‌ ହୋଇଥିବେ, ତାଙ୍କର ଜିନ୍ ସିକ୍ୟୁଏନ୍ସିଙ୍ଗ କରାଯିବ । ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ । ସରକାର ମଧ୍ୟ ଏସବୁ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତେକ ଦିନ ସମୀକ୍ଷା କରୁଛନ୍ତି ।

ସେପଟେ ବ୍ରିଟେନ ପରେ ସାଉଥଆଫ୍ରିକାରେ ଦ୍ୱିତୀୟ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଇସ୍ରାଏଲରେ ଟିକାକରଣ ଆରମ୍ଭ ହୋଇଥିଲେ ବି ଭାଇରସକୁ ଆଇସୋଲେଟ୍‌ କରାଯାଇପାରିନାହିଁ । ନୂଆ ଷ୍ଟ୍ରେନ ମଧ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆସନ୍ତା ସପ୍ତାହରୁ ଇସ୍ରାଏଲରେ ପୁଣିଥରେ ଲକଡାଉନ ଘୋଷଣା କରାଯାଇଛି ।

ଅନ୍ୟପଟେ ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗତ ୧୪ ଦିନ ଭିତରେ ୪୩ ଜଣ ବ୍ରିଟେନ୍‌ରୁ ଓଡ଼ିଶା ଫେରିଛନ୍ତି । ଜିଲ୍ଲାପାଳ ଓ ସିଡିଏମଓଙ୍କୁ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ରହିଛି ।

Leave a Reply