ଏଲ୍‌ଏସିରେ ପଛକୁ ଫେରିବ ଡ୍ରାଗନ୍‌, ଅଷ୍ଟମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନାରେ ବାହାରିଛି ନିଷ୍କର୍ସ

1 min read

ନୂଆଦିଲ୍ଲୀ: ସୀମାରୁ ସାମାନ୍ୟ ଖୁସି ଖବର ସାମ୍ନାକୁ ଆସିଛି । ଚୀନ୍‌ ସେନା ପଛକୁ ହଟିବା ପାଇଁ ସହମତି ପକାଶ କରିଛି । ଏଲଏସିରେ ଲଗାତାର ଉତ୍ତେଜନା ପରେ ଏବେ ଏଭଳି ଖବର ଶୁଣିବାକୁ ମିଳିଛି । ପୂର୍ବ ଲଦାଖରେ ଭାରତ-ଚୀନ୍ ବିବାଦ କିଛି ପରିମାଣରେ ସମାଧାନ ହେବ ବୋଲି ଆଶା ସୃଷ୍ଟି ହୋଇଛି । ଚୀନ୍‌ ଓ ଭାରତ ନିଜ ନିଜ ସୀମାରୁ ପଛକୁ ଫେରିବାକୁ ରାଜି ହୋଇଛନ୍ତି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

China

ଏପ୍ରିଲ୍ ମାସରେ ଡ୍ରାଗନ୍‌‌ ସେନା ଯେଉଁଠି ଥିଲା ସେହି ସ୍ଥାନକୁ ଫେରିଯିବା ପାଇଁ ସହମତି ପ୍ରକାଶ କରିଛି । ଗତ ୬ ତାରିଖରେ ଚୁସୁଲରେ ଅନୁଷ୍ଠିତ ଅଷ୍ଟମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ସେହି ଆଲୋଚନା ପରେ ଏହି ନିଷ୍କର୍ଷ ବାହାରିଥିବା କୁହାଯାଉଛି ।

ଯଦି ସବୁକିଛି ଠିକ୍ ହୁଏ, ତେବେ ଉଭୟ ଦେଶ ସୀମାନ୍ତରୁ ପଛକୁ ହଟିବେ । ପ୍ରଥମେ ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ବୋଝେଇ ଗାଡ଼ି ଫେରାଇ ଅଣାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ସୈନିକମାନେ ଫିଙ୍ଗର ଏରିଆରୁ ପଛକୁ ଫେରିବେ ଓ ତୃତୀୟ ପର୍ଯ୍ୟାୟରେ ଏଲଏସିରୁ ସେନା ପ୍ରତ୍ୟାହାର କରାଯିବ ବୋଲି ସୂଚନା ମିଳିଛି । ତେବେ ସୀମାରୁ ଚୀନ ପଛକୁ ହଟିବା ପାଇଁ ସମ୍ମତି ପ୍ରକାଶ କରିଥିବା କଥା, କେତେ ବିସ୍ୱାସଯୋଗ୍ୟ ତାହାକୁ ନେଇ ସନ୍ଦେହ ରହିଛି ।

ଚୀନର ଆକ୍ରମଣରେ ୨୦ ଜଣ ଭାରତୀୟ ସୈନିକ ପ୍ରାଣ ହରାଇଥିଲେ । ଅବଶ୍ୟ ଭାରତୀୟ ସେନା ଏହାର ଦୃଢ଼ ଜବାବ ଦେଇଥିଲେ ଓ ପ୍ରାୟ ୪୦ ଜଣ ଚୀନା ସେନା ମୃତ୍ୟୁବରଣ କରିଥିଲେ । ଏହାପରେ ଚୀନ ପକ୍ଷରୁ ସୀମାନ୍ତରେ ବହୁ ପରିମାଣର ସେନା ମୁତୟନ କରାଯାଇଥିଲା ଓ ଜବାବରେ ଭାରତ ମଧ୍ୟ ୬୦ ହଜାର ସୈନିକଙ୍କୁ ସୀମାନ୍ତକୁ ପଠାଇଥିଲା । ଏପରିକି ବାୟୁସେନା ପକ୍ଷରୁ ମଧ୍ୟ ସୀମାନ୍ତରେ ଯୁଦ୍ଧ ବିମାନ ଓ ନୌସେନା ପକ୍ଷରୁ ଚୀନ ସାଗରରେ ଯୁଦ୍ଧପୋତ ମୁତୟନ କରାଯାଇଥିଲା ।

ଗୋଟିଏପଟେ ଏଲଏସିରେ ସମସ୍ୟା ସମାଧାନ ନେଇ ଖବର ଆସୁଥିବାବେଳେ ଅନ୍ୟଟେ ସୀମାରେ ପାକିସ୍ତାନର ଔଧତ୍ୟ ଜାରି ରହିଛି । ଗୁରୁବାର ପୁଣି ସକାଳୁ ସୀମାରେ ଅସ୍ତ୍ରବିରତି ଉଲଂଘନ କରିଛି ପାକିସ୍ତାନ । ରଜୌରୀ ଜିଲ୍ଲାର ନୌସାରା ସେକ୍ଟର ଓ ପୁଞ୍ଛ ଜିଲ୍ଲାର ଶାହପୁରରେ ପାକିସ୍ତାନ ପଟୁ ଗୁଳି ଓ ମୋର୍ଟାର ମାଡ଼ କରାଯାଇଛି । ତେବେ ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଛି । ସେନା ସୂତ୍ରରୁ ସୂଚନା ମିଳିଛି ଯେ, ସକାଳ ୯ଟା ୧୦ ସମୟରେ ଘଟିଛି ଏହି ଘଟଣା । ଭାରତୀୟ କ୍ୟାମ୍ପକୁ ଲକ୍ଷ କରି ପାକିସ୍ତାନ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା । ତେବେ ଏଥିରେ କେହି ମୃତାହତ ହୋଇ ନଥିବା କୁହାଯାଇଛି ।

Nearly 300 Militants Are Trying To Infiltrate From Pakistan On LoC BSF Officer Said

Leave a Reply