ଚୀନ୍ ଚକ୍ରାନ୍ତରେ ଯୋଗଦେଲା ପାକିସ୍ତାନ, ଓଲିଙ୍କୁ ସମର୍ଥନ କଲେ ଇମ୍ରାନ୍

1 min read

ନୂଆଦିଲ୍ଲୀ: ସଂକଟରେ ନେପାଳର କେପି ଶର୍ମା ଓଲିଙ୍କ ସରକାର । ଦଳ ଭାଙ୍ଗୁଥିବା ବେଳେ ଓଲି ପଡ଼ୋଶୀ ଭାରତ ଉପରେ ସବୁ ଦୋଷ ଲଦିଛନ୍ତି । ଶତ୍ରୁର ଶତ୍ରୁ ମିତ୍ର ହେଲା ଭଳି ଓଲିଙ୍କ ସହ କାନ୍ଧରେ ଢେରା ଦେଇ ଛିଡ଼ା ହୋଇଛି ଚୀନ୍ । ଓଲିଙ୍କୁ ଚୀନର ସହଯୋଗ ପରେ ପାକିସ୍ତାନ ମଧ୍ୟ ସମର୍ଥନ ଜଣାଇଛି । ଭାରତ ବିରୋଧରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ।

ଗତ ରବିବାର ନେପାଳ ପ୍ରଧାନମନ୍ତ୍ରୀ ଓଲି ଅଭିଯୋଗ କରିଥିଲେ, ଭାରତ ତାଙ୍କୁ ଗାଦିଚ୍ୟୁତ୍ କରିବାକୁ ଚକ୍ରାନ୍ତ କରୁଛି । ଯେଉଁଥିରେ ନେପାଳର କିଛି ରାଜନେତା ଭାରତକୁ ସହଯୋଗ କରୁଛନ୍ତି । ନେପାଳ ମାନଚିତ୍ରରେ ଲିପୁଲେଖ, କଳାପାଣି ଓ ଲିମ୍ପିୟାଧୁରାକୁ ସ୍ଥାନିତ କରିବା ପରେ ଭାରତ ଦାଉ ସାଧୁଥିବା ଅଭିଯୋଗ କରିଥିଲେ ।

ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପୁଷ୍ପ କମଲ ଧଳ ‘ପ୍ରଚଣ୍ଡ’ ପ୍ରଧାନମନ୍ତ୍ରୀ ପଦରୁ ଓ ଦଳରୁ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି । କ୍ଷମତା ଯୁଦ୍ଧରେ ଓଲି ହାରୁଥିବା ବେଳେ ସମର୍ଥନ କରିଛନ୍ତି ଇମ୍ରାନ୍ ଖାନ । ସେ ଓଲିଙ୍କ ସହ ଏନେଇ ଫୋନରେ କଥାହେବେ ବୋଲି ଜଣାପଡ଼ିଛି ।

ଗୋଟିଏ ପଟେ ଲଦାଖ ସୀମାକୁ ନେଇ ଚୀନ-ଭାରତ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଅନ୍ୟପଟେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଥିଲା ।

ଓଲିଙ୍କ ଇସାରା, ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ କରୁଛି ଷଡ଼ଯନ୍ତ୍ର ଭାରତ

Leave a Reply