ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୨୪ ଘଣ୍ଟା ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଅବପାତର ରୂପ ନେବ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ  । ଏହାର ପ୍ରଭାବରେ ଦାନା  ବାନ୍ଧୁଛି  ଲଘୁଚାପ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଉଛି  । ଉପାନ୍ତରୁ ଉପକୂଳ, ସବୁଠି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମୟୂରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ବରଗଡ, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ୱର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

 

 

ବର୍ଷା ପାଇଁ କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଞ୍ଜାମ, ନବରଙ୍ଗପୁର ଏବଂ ଯାଜପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଦୁଇ ଦିନ ପରେ ରାଜ୍ୟରେ ବର୍ଷା କମିବା ସହ ଶୀତ ବଢିପାରେ । ବର୍ଷାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ୨୪ ଘଣ୍ଟା ପରେ ଘନ କୁହୁଡି ଦେଖାଦେବ ।

ଏଥିପାଇଁ ସଂପୃକ୍ତ ଜିଲ୍ଲା ଗୁଡିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ କୁହୁଡି ଅଧିକ ଦେଖାଦେବ । ପାହାଡିଆ ଅଞ୍ଚଳରେ କୁହୁଡିର ପ୍ରଭାବ ଦିନ ୧୦ ଟା ପର୍ଯ୍ୟନ୍ତ ରହିବ । ରାଜଧାନୀ ଭୁବେନଶ୍ୱରରେ ମଧ୍ୟ ପାଗ କୋହଲା ରହିବା ସହ ଶୀତ ଅନୁଭୁତ ହେବ ।

Leave a Reply