୭ ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ; ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା…

1 min read

ଭୁବନେଶ୍ୱର: ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବଙ୍ଗୋପସାଗରର ଉତ୍ତର-ପୂର୍ବ ଉପକୂଳରେ  ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ । ପାଣିପାଗ ବିଭାଗ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି । ମୟୁରଭଂଜ,ବାଲେଶ୍ୱର, ଯାଜପୁର, ଭଦ୍ରକ କେନ୍ଦ୍ରାପଡ଼ା, ମାଲକାନଗିରି ଓ କୋରାପୁଟ ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ,ଦେବଗଡ଼ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହି ୧୦ଟି ଜିଲ୍ଲାକୁ ୟୋଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।  ତେବେ ରାଜ୍ୟ ପ୍ରାୟ ସମସ୍ତ ପ୍ରମୁଖ ନଦୀରେ ଜଳସ୍ତର କମ୍ ରହିଥିବା ହେତୁ ବନ୍ୟା ସମ୍ଭାବନା ନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଆସନ୍ତା ୪ ଦିନ ଯାଏଁ ବର୍ଷାର ପରିମାଣ ରାଜ୍ୟରେ ବଢିବାକୁ ଥିବା ହେତୁ ସମୁଦ୍ର ଭିତରକୁ ମତ୍ସଜୀବୀମାନଙ୍କୁ ନଯିବା ପାଇଁ କୁହାଯାଇଛି ।

Leave a Reply