ସିଆଣିଆ ଅପରାଧି, କମ୍ପ୍ୟୁଟର ଦୋକାନରେ ବିକୁଥିଲା ଗଞ୍ଜେଇ ଓ ଅଫିମ

1 min read

ଯାଜପୁର: ଚକାଚକ୍ ଦୋକାନ । ନାମୀ ଦାମୀ ବ୍ରାଣ୍ଡର ପ୍ରଡକ୍ଟ । ଦେଖିଲେ ଆଖି ଲାଖି ଯିବ । ଯାଜପୁର ଟାଉନ୍ ଥାନା ଅଧିନ ଚିତାଳୋ କଲେଜ ଛକରେ ଦୋକନା କମ୍ପ୍ୟୁଟର ଓ ଗିଫ୍ଟ ଦୋକାନ କରିଥିଲେ ଝାଡ଼ଙ୍ଗାର ପ୍ରଶାନ୍ତ କର । କିନ୍ତୁ ଏହି ଆଳରେ ସେ ଗିଫ୍ଟ କର୍ଣ୍ଣରରେ ଗଞ୍ଜେଇ ଓ ଅଫିମ ବିକ୍ରି କରୁଥିଲେ । ଏନେଇ ଟାଉନ ପୋଲିସର ପାଟ୍ରୋଲିଂ ଟିମ ସୂଚନା ପାଇଥିଲା ।ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଦୋକାନ ଉପରେ ଚଢ଼ାଉ କରି ଏକ ଧଳା ବ୍ୟାଗରୁ ୧ କେଜି ୬୦୦ ଗ୍ରାମ ଗଞ୍ଜେଇ ଓ ଏକ ଜରି ପ୍ୟାକେଟରୁ ୨୦ ଗ୍ରାମ୍ ଅଫିମ ଜବତ କରିଛି । ପୋଲିସ କେସ ନଂ-୩୭୫/୧୯, ଦଫା-୧୮/୨୦(ବି)(ଆଈଆଇ)(ବି)ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁଛି । ଅଭିଯୁକ୍ତ ପ୍ରଶାନ୍ତ କୁମାର କରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଏସଡିପିଓ ରବୀନ୍ଦ୍ର କୁମାର ଜେନା । ଏଥିରେ ଥାନା ଅଧିକାରୀ ଆଶିଷ କୁମାର ସାହୁ ଓ ଏସଆଇ ମାନସ ରଞ୍ଜନ ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply