ଲୁଟ୍‌ ପାଇଁ ପୂର୍ବରୁ ହୋଇଥିଲା ଯୋଜନା: ବ୍ୟାଙ୍କ୍‌ରେ ନଥିଲେ ବନ୍ଧୁକଧାରୀ ସିକ୍ୟୁରିଟି ଗାର୍ଡ, ବାଜୁନଥିଲା ଆଲାରାମ

1 min read

କଟକ: କଟକ ନୟାସଡ଼କ IIFLରେ ଡକାୟତି ଘଟଣାର ପର୍ଦ୍ଦାଫାସ । ମାତ୍ର ୬ ଦିନରେ ଘଟଣାର ପର୍ଦ୍ଦାଫାସ ହୋଇଛି । କଟକ ଡିସିପିଙ୍କ ନେତୃତ୍ୱରେ ହୋଇଥିଲା ତଦନ୍ତ । ଏନେଇ ପ୍ରେସମିଟରେ ସୂଚନା ଦେଲେ ପୋଲିସ କମିଶନର । ଲୁଟର ପର୍ଦ୍ଦାଫାସ କରିଥିବାରୁ ଡିସିପିଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ କମିଶନର । ଅପରାଧୀଙ୍କୁ ଧରିବାରେ ପୋଲିସକୁ ମିଳିଛି ସଫଳତା । ରେକର୍ଡ ସମୟ ମଧ୍ୟରେ ହୋଇଛି ପର୍ଦ୍ଦାଫାସ ।

ସବୁଠାରୁ ବଡ଼ କଥା ହେଉଛି ଏହି ବ୍ୟାଙ୍କ୍‌ ଲୁଟ ପଛର ମୁଖ୍ୟ ସୂର୍ତଧର ହେଉଛନ୍ତି ସେହି ବ୍ୟାଙ୍କର କର୍ମଚାରୀ । କର୍ମଚାରୀଙ୍କର ନାମ ହେଉଛି ଲାଲା ଅମ୍ରିତ ରାୟ । ତେବେ ଏହି ଡକାୟତିରେ ୪ ଜଣ କର୍ମଚାରୀ ଥିଲେ । କିନ୍ତୁ ବାହାରେ ରହି ଲୁଟକୁ ପରିଚାଳନା କରୁଥିଲେ ଆଉଜଣେ ବ୍ୟକ୍ତି । ଯାହାଙ୍କର ନାମ ହେଉଛି ରଞ୍ଜନ ବେହେରା । ରଞ୍ଜନ ବେହେରାଙ୍କର ଘର ହେଉଛି କିଶନନଗର ଅଞ୍ଚଳରେ । ଲାଲା ଅମ୍ରିତ ରାୟ ଏବଂ ରଞ୍ଜନ ବେହେରା ହେଉଛନ୍ତି ପିଲା ବେଳର ସାଙ୍ଗ । ଦୁହେଁ ମିଳିତ ଭାବରେ ପ୍ଲାନ୍‌ କରି ଏହି ଲୁଟ କରିଥିବା ଜଣାପଡ଼ିଛି ।

ତେବେ ଲୁଟ କରିଥିବା ଲୁଟେରା ମାନଙ୍କର ନାମ ହେଉଛି ରାଜକିଶୋର ସାହୁ, ପ୍ରକାଶ ସାହୁ, ପ୍ରଦିପ୍ତ ବେହେରା ଓ  ସନ୍ତୋଷ ଭୋଇ । ଏମାନେ ପ୍ଲାନ୍‌ ମୁତାବକ ବ୍ୟାଙ୍କ୍‌ ରେ ବନ୍ଧୁ ସାହାଯ୍ୟରେ ଲୁଟ କରିଥିଲେ । ସେମାନେ ବ୍ୟବହାର କରିଥିବା ଦୁଇଟି ବାଇକ ସହ ପିନ୍ଧିଥିବା ଡ୍ରେସକୁ ଜବତ କରାଯାଇଛି । ବର୍ତ୍ତମାନ ସେମାନଙ୍କଠାରୁ ୨ କିଲୋଠାରୁ ଅଧିକ ସୁନା ଜବତ କରାଯାଇଛି ।

ବନ୍ଧୁକ ମୁନରେ ଏମାନେ ବ୍ୟାଙ୍କ ମଧ୍ୟରୁ ପୁଳା ପୁଳା ସୁନା ଲୁଟ କରିଥିଲେ । ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ବ୍ୟାଙ୍କର ସବୁ ସୁରକ୍ଷା ବ୍ୟବସ୍ଥା ଅକାମି ରହିଥିଲା । ବନ୍ଧୁକଧାରୀ ସୁରକ୍ଷାକର୍ମି ଛୁଟିରେ ଥିଲେ, ସିସିଟିଭି କ୍ୟାମେରା ଖରାପ ଥିଲା, ଆଲାର୍ମ କାମ କରୁନଥିଲା, ଡିଜିଟାଲ ଲକର ମଧ୍ୟ ଖରାପ ହୋଇପଡ଼ିଥିଲା  । ବ୍ୟାଙ୍କ କର୍ମଚାରୀ ଅମ୍ରିତ ରାୟ ଆଗରୁ ବ୍ୟାଙ୍କର ଅନ୍ୟ ଗୋଟିଏ ବ୍ରାଂଚରୁ ଏକ କିଲୋ ସୁନା ଲୁଟ୍ କରିଥିବା କଥା ମଧ୍ୟ ତଦନ୍ତରୁ ଜଣା ପଡିଛି ।

ଆଡିସନାଲ ଡିସିପି ପ୍ରମୋଦ ରଥ, ଏସିପି ଶୁଭନାରାୟଣ ମୁଦୁଲି, ଏସିପି ଅମରେନ୍ଦ୍ର ପଣ୍ଡା, ଇନସ୍ପେକ୍ଟର ଅଜୟ ଦାସ, ଇନସ୍ପେକ୍ଟର ତାପଶ ପ୍ରଧାନ, ରଶ୍ମିରଞ୍ଜନ ମହାପାତ୍ର, ରବିନ୍ଦ୍ରନାଥ ମେହେର, ବିରଞ୍ଚି ପତି, ରଶ୍ମିରଞ୍ଜନ ସାହୁ, କନଷ୍ଟେବଳ କ୍ଷିରୋଦ ସାହୁ, କନଷ୍ଟେବଲ ସାଜନ ଜେନା ଙ୍କ ପରିଶ୍ରମ ପାଇଁ ଆଜି ଲୁଟେରା ମାନେ ଧରାପଡ଼ିଛନ୍ତି ବୋଲି ସିପି କହିଛନ୍ତି । କଟକ ଅଫିସରଙ୍କ ଛଡ଼ା ଭୁବନେଶ୍ୱର ସ୍ପେସାଲ ସ୍କ୍ୱାଡର ଏସିପି ସଞ୍ଜିବ ସତପଥି ଏବଂ ତାଙ୍କ କର୍ମଚାରୀ ମାନେ, ହଇଦ୍ରାପାଦର ପୋଲିସ ମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ ବୋଲି ସୂଚନା ମିଳିଛି ।

Leave a Reply