ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭଲରେ ପ୍ରଦର୍ଶିତ ହେବ ନୀଳମାଧବଙ୍କ ‘କାଲିର ଅତୀତ’

1 min read

ଭୁବନେଶ୍ୱର: ଖ୍ୟାତିନାମା ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କୁ ଆଉ ଏକ ସଫଳତା । ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଆସନ୍ତା ବର୍ଷ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭଲ୍ ଅଫ୍ ଇଣ୍ଡିଆ (ଆଇଏଫ୍‌ଏଫ୍‌ଆଇ)ରେ ପ୍ରଦର୍ଶିତ ହେବା ପାଇଁ ମନୋନୀତି ହୋଇଛି ।  ନୀଳମାଧବଙ୍କ ‘କାଲିର ଅତୀତ’ ସହିତ ଅନ୍ୟ ୨୩ ଟି ଚଳଚ୍ଚିତ୍ର ମନୋନୀତ ହୋଇଛି ।

ଶ୍ରୀ ପଣ୍ଡାଙ୍କ ‘କାଲିର ଅତୀତ’ ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପରିଣାମ ଉପରେ ଆଧାରିତ । ଆସନ୍ତା ଜାନୁଆରୀରେ ୮ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଫିଲ୍ମ ଫେଷ୍ଟିଭଲରେ ପ୍ରଦର୍ଶିତ ହେବ । ଜାନୁଆରୀ ୧୬ରୁ ୨୪ ଯାଏଁ ଏହି ଫିଲ୍ମ ଫେଷ୍ଟିଭଲ୍ ଅନୁଷ୍ଠିତ ହେବ । ବିଶିଷ୍ଟ ବିଚାରକ ମଣ୍ଡଳୀ ଫିଚର ଏବଂ ନନ୍ ଫିଚର ବର୍ଗରେ ନିଜ ବ୍ୟକ୍ତିଗତ ଅଭିଜ୍ଞତାର ପ୍ରୟୋଗ କରି ସର୍ବ ସହମତି କ୍ରମେ ଭାରତୀୟ ପାନୋରାମା ଫିଲ୍ମସର ମନୋନୟନ କରିଛନ୍ତି । ଫିଚର ଫିଲ୍ମ ବିଚାରକ ମଣ୍ଡଳୀ ୧୨ ଜଣ ଜଜ୍‌କୁ  ନେଇ ଗଠିତ ହୋଇଛି ।

IFFI 2020 Announces The Selection Of Indian Panorama Films

IFFI 2020 Announces The Selection Of Indian Panorama Films

ଏଥିସହିତ ପଢ଼ନ୍ତୁ: ନେହାଙ୍କ ପ୍ରେଗ୍ନେନ୍ସୀ ଡ୍ରାମା; ଗୀତ ପାଇଁ ଫଟୋରେ ଗର୍ଭବତୀ

 

IFFI 2020 Announces The Selection Of Indian Panorama Films

IFFI 2020 Announces The Selection Of Indian Panorama Films

Leave a Reply