ଆମେରିକା-ଇରାନ୍ ମଧ୍ୟରେ ଯୁଦ୍ଧ ହେଲେ ବିପଦରେ ପଡ଼ିବେ ଏତିକି କୋଟି ଭାରତୀୟ !

1 min read

ନୂଆଦିଲ୍ଲୀ: ତିକ୍ତ ହେଉଛି ସମ୍ପର୍କ, ବଢ଼ୁଛି ଯୁଦ୍ଧ ଆଶଙ୍କା । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ୨ ପାରମ୍ପରିକ ଶତ୍ରୁ ଇରାନ-ଆମେରିକା । ଜଣଙ୍କ ଉପରେ ଆକ୍ରମଣ ପାଇଁ ଅନ୍ୟ ଜଣେ କୌଣସି ସୁଯୋଗ ବି ହାତ ଛଡ଼ା କରୁନାହିଁ । ଯାହାକୁ ନେଇ ପୂରା ମଧ୍ୟପ୍ରାଚ୍ୟରେ ଏବେ ଆତଙ୍କର ବାତାବରଣ । ଯାହାର ପ୍ରଭାବ ପୂରା ଦୁନିଆ ଉପରେ ପଡ଼ିଛି । କାରଣ ଚୀନ ପରେ ଭାରତ ହେଉଛି ଦ୍ୱିତୀୟ ଦେଶ ଯିଏ ଇରାନରୁ ସବୁଠୁ ଅଧିକ ତୈଳ ଆମଦାନୀ କରେ । ଯଦି, ଯୁଦ୍ଧ ହୁଏ ତେବେ, ମଧ୍ୟପ୍ରାଚ୍ୟ ଦେଶରେ ରହୁଥିବା ଭାରତୀୟ ବିପଦରେ ପଡ଼ିବେ ।ଏବେ ମଧ୍ୟପ୍ରାଚ୍ୟରେ ପାଖାପାଖି ୧ କୋଟି ଭାରତୀୟ ବସବାସ କରୁଛନ୍ତି । ଇରାନରେ ମାତ୍ରାଧିକ ଭାରତୀୟ ନଥିଲେ ସେଠାରେ ସେମାନଙ୍କ ସଂଖ୍ୟା ପ୍ରାୟ ୮ଶହରୁ ୧୨୦୦ ହେବ । କିନ୍ତୁ, ଯୁଦ୍ଧ ହେଲେ ମଧ୍ୟପ୍ରାଚ୍ୟ ଦେଶରେ ରହୁଥିବା ବହୁ ସଂଖ୍ୟକ ଭାରତୀୟ କାମଧନ୍ଦା ଛାଡ଼ି ଦେଶକୁ ଫେରିବା ଥୟ ।ସୈନ୍ୟ ବଳରେ ଆମେରିକାକୁ ଇରାନ୍ ପାରିବ ନାହିଁ । କିନ୍ତୁ, ଯୁଦ୍ଧ ହେଲେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଏହାର ପ୍ରଭାବ ପଡ଼ିବ । ଫଳରେ ୧ କୋଟିରୁ ଅଧିକ ଭାରତୀୟ ଏହା ଦ୍ୱାରା ପ୍ରଭାବିତ ହେବେ । ପୂର୍ବରୁ ଆମେରିକା ମଧ୍ୟପ୍ରାଚ୍ୟରେ ରହୁଥିବା ତାର ନାଗରିକମାନଙ୍କୁ ଦେଶକୁ ଫେରିଯିବାକୁ କହିସାରିଛି । ଏଥିସହ ବ୍ରିଟେନ୍ ମଧ୍ୟପ୍ରାଚ୍ୟରେ ଥିବା ତାର ସେନା କ୍ୟାମ୍ପରେ ସୁରକ୍ଷାକୁ ବଢ଼ାଇ ଦେଇଛି ।ଇରାନ ପରେ ସବୁଠୁ ଅଧିକ ସିୟା ମୁସଲମାନ ଭାରତରେ ରୁହନ୍ତି । କିନ୍ତୁ, ଯୁଦ୍ଧ ହେଲେ ସମସ୍ତେ ପ୍ରଭାବିତ ହେବେ । ମଧ୍ୟପ୍ରାଚ୍ୟରେ ରହୁଥିବା ୧ କୋଟି ଭାରତୀୟ ସଙ୍କଟରେ ପଡ଼ିବେ । ୧୯୯୦ ଯୁଦ୍ଧ ବେଳେ ୧.୭୫ ଲକ୍ଷ ଭାରତୀୟ ନାଗରିକଙ୍କୁ ଏୟାର ଲିଫ୍ଟିଂ କରି ଦେଶକୁ ଅଣାଯାଇଥିଲା ।

ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !

Leave a Reply