ଆଇସିଏସସି ପରୀକ୍ଷା ଫଳ ଘୋଷଣା, ସ୍ୱତନ୍ତ୍ର ମୂଲ୍ୟାଙ୍କନକୁ ନେଇ ମିଶ୍ର ପ୍ରତିକ୍ରିୟା..

ICSE, ISC Results 2020 declared.

ଆଇସିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି। ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ସିଆଇଏସସିଇର ଅଫିସିଆଲ ଓ୍ୱେବ ସାଇଟକୁ ଯାଇ ନିଜର ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ଆସିଏସସି(ଦଶମ ଶ୍ରେଣୀ)ରେ ୨ଲକ୍ଷ ୭ ହଜାର ୯ଶହ ଦୁଇଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨ଲକ୍ଷ ୬ହଜାର ୫୨୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ ପିଲାଙ୍କ ମଧ୍ୟରେ ୧ଲକ୍ଷ ୧୨ ହଜାର ୬୬୮ ଜଣ ପୁଅ ରହିଥିବା ବେଳେ ଝିଅଙ୍କ ସଂଖ୍ୟା ୯୫ ହଜାର୨୩୪ । ସେହିଭଳି ଦ୍ୱାଦଶ ଶ୍ରେଣୀରେ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ମଧ୍ୟ ପାସହାର ସନ୍ତୋଷଜନକ ରହିଛି।

ତେବେ ଏବେ ସାରା ଦେଶରେ କରୋନା ସଂକ୍ରମଣ ସର୍ବକାଳୀନ ସର୍ବାଧିକ ସ୍ତରରେ ରହୁଥିବା ହେତୁ ସ୍ୱାଭାବିକ ପରୀକ୍ଷା ପରିଚାଳନା କରିବା ସମ୍ଭବପର ହୋଇ ପାରିନଥିଲା। ଏଣୁ ସିଆଇଏସସିଇ ବାଧ୍ୟ ହୋଇ ଚଳିତ ବର୍ଷ ସ୍ୱତନ୍ତ୍ର ମାର୍କିଂ ସ୍କିମରେ ପରୀକ୍ଷା ପତ୍ରର ମୂଲ୍ୟାଙ୍କନ କରିଛି। ପୂର୍ବ ପରୀକ୍ଷାର ଫଳାଫଳକୁ ଆକଳନକୁ ନିଆଯାଇଥିବା ବେଳେ ପରୀକ୍ଷାର୍ଥୀର ସର୍ବାଧିକ ତିନୋଟି ମାର୍କ ଥିବା ପେପରର ମାର୍କର ହାରାହାରିକୁ ହିସାବକୁ ନିଆଯାଇ ମୂଲ୍ୟାଙ୍କନ କରାଯାଇଛି। ତେବେ ଏଭଳି ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଅନେକ ଛାତ୍ରଛାତ୍ରୀ ଏଭଳି ମୂଲ୍ୟାଙ୍କନକୁ ବିରୋଧ କରିଥିବା ବେଳେ ଅନେକ ସମର୍ଥନ କରିଛନ୍ତି।

Leave a Reply