କଟକଣା ସତ୍ତ୍ୱେ ସ୍ୱାସ୍ଥ୍ୟକର୍ମୀ ଖାଇବେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବଲେଟ୍ସ

1 min read

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବଲେଟର ବ୍ୟବହାର ଉପରେ କଟକଣା ଲଗାଇଛି । କିନ୍ତୁ, ଭାରତରେ ଏହି ଔଷଧର ବ୍ୟବହାର ଜାରି ରହିବ । ମ୍ୟାଲେରିଆ ପାଇଁ ପ୍ରସ୍ତୁତ ଏହି ମେଡିସିନକୁ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ସେବନ କରିବେ । ଏନେଇ ଆଜି ଆଇସିଏମଆର୍ ଡିଜି ସ୍ପଷ୍ଟ କରିଛନ୍ତି ।

ବିଭିନ୍ନ ପରୀକ୍ଷଣ ଦର୍ଶାଇଛି ଏହା ଆଣ୍ଟି ଭାଇରାଲ ଡ୍ରଗ୍ । ଏହା ଏକ ଲୋକପ୍ରିୟ ଔଷଧ । ଆମେରିକା ସରକାର ମଧ୍ୟ ଏହାର ବ୍ୟବହାର କରୁଛନ୍ତି । ଇନ୍-ଭିଟୋ ଡାଟା ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସେବନ ସୁରକ୍ଷିତ । ୬ ସପ୍ତାହ ମଧ୍ୟରେ ଭାରତରେ ଏହାର ପରୀକ୍ଷଣ କରାଯାଇଛି । ଏମ୍ସ, ଆଇସିଏମଆର୍ ସମେତ ଦିଲ୍ଲୀର ୩ଟି ହସ୍ପିଟାଲରେ ଏହା ଉପରେ ଅନୁସନ୍ଧାନ କରିଛୁ ।

କେସ୍ କଣ୍ଟ୍ରୋଲ୍ ଅଧ୍ୟୟନ ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ କୋଭିଡ୍ ରୋଗୀଙ୍କ ଉପରେ କାମ କରୁଛି । ଏହାର ସେବନ ଦ୍ୱାରା ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ ପ୍ରତିକ୍ରିୟା ଆସୁନାହିଁ । ମେ ୧୮ରେ ଆଇସିଏମ୍ଆର ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସେବନ ନେଇ ଏକା ଗାଇଡଲାଇନ୍ ଜାରି କରିଥିଲା । କରୋନା ଯୁଦ୍ଧରେ ଆଗଧାଡ଼ିରେ କାମ କରୁଥିବା ଯୋଦ୍ଧା ପ୍ରଥମ ଦିନରେ ୨ଟି ଟାବଲେଟ୍, ୭ ଦିନ ପରେ ଆଉ ଗୋଟିଏ ଖାଇବାକୁ ପଡ଼ିବ । ୮ ସପ୍ତାହ ଯାଏଁ ସପ୍ତାହକୁ ଗୋଟିଏ ଲେଖାଏଁ ଟାବଲେଟ୍ ଖାଇପାରିବେ ।

ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଖାଇଲେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ ପିପିଇ ପିନ୍ଧିବେ ବୋଲି ଆଇସିଏମଆର୍ ଡିଜି କହିଛନ୍ତି ।

ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ

 

Leave a Reply