କୋଭାକ୍ସିନ୍‌ର ପ୍ରି-କ୍ଳିନିକାଲ୍ ଟ୍ରାଏଲ୍ ଶେଷ: ଏବେ ମନୁଷ୍ୟଙ୍କ ଉପରେ କରାଯିବ ପରୀକ୍ଷଣ

1 min read

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ରେ ଦେଶରେ ଲଞ୍ଚ ହୋଇପାରେ କରୋନା ଭ୍ୟାକ୍ସିନ୍ ‘କୋଭାକ୍ସିନ୍’ । ଫାର୍ମାସ୍ୟୁଟିକାଲ୍ କମ୍ପାନୀ ‘ଭାରତ ବାୟୋଟେକ୍’ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅର୍ଥାତ୍ (ଆଇସିଏମ୍ଆର୍) ଦ୍ୱାରା ଏହି ଟିକାକୁ ଲଞ୍ଚ କରାଯାଇପାରେ । ତେବେ ଶନିବାର କରୋନା ଟିକା ସମ୍ପର୍କରେ ICMR ପକ୍ଷରୁ ବିବୃତି ଜାରି କରାଯାଇଛି ।

ICMR Fast Tracks Covaxin Trials, Wants Vaccine By August 15

ଜାରି ବିବୃତିରେ କୁହାଯାଇଛି ଯେ, ଟିକାର ପ୍ରି କ୍ଳିନିକାଲ୍‌ ଟ୍ରାଏଲ୍ ସଫଳତାର ସହ ଶେଷ ହୋଇଛି । ବର୍ତ୍ତମାନ ମଣିଷଙ୍କ ଉପରେ ଏହାକୁ ପରୀକ୍ଷଣ କରାଯିବ । ଏବଂ ଏହି ପରୀକ୍ଷଣ ୨ ଟି ପର୍ଯ୍ୟାୟରେ କରାଯିବ । ଆଇସିଏମ୍‌ଆର ପକ୍ଷରୁ ଆହୁରି କୁହାଯାଇଛି ଯେ, ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନେଇ ସ୍ୱଦେଶୀ ଭ୍ୟାକ୍ସିନ୍‌ର ପରୀକ୍ଷଣ ଏକାନ୍ତ ଜରୁରୀ । ତେବେ ଭ୍ୟାକ୍ସିନ୍‌ ନେଇ ଆଇସିଏମ୍‌ଆର ପକ୍ଷରୁ ବିଶ୍ୱ ମାନଦଣ୍ଡ ଅନୁଯାୟ ସମସ୍ତ ପ୍ରକ୍ରିୟା କରାଯାଉଛି ।

Fact Check: Is this Bharat Biotech VP taking the first dose of ...

ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ, ଆମର ଉଦ୍ଦେଶ୍ୟ ହେଉଛି ଟୀକାକରଣର ପୂର୍ବରୁ ଯଥା ଶୀଘ୍ର ସମସ୍ତ ପ୍ରକ୍ରିୟା ପୂରା କରାଯିବ । ଆଇସିଏମ୍‌ଆର ପକ୍ଷରୁ ଜାରି ଏକ ଚିଠି ଅନୁଯାୟୀ ମାନବ ପରୀକ୍ଷା ପାଇଁ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହେବ । ଏହା ପରେ, ଯଦି ସମସ୍ତ ପରୀକ୍ଷା ସଠିକ୍ ରୁହେ ତେବେ ଅଗଷ୍ଟ ୧୫ ସୁଦ୍ଧା ଭ୍ୟାକ୍ସିନ୍‌ ଲଞ୍ଚ ହୋଇପାରିବ । ତେବେ ସର୍ବପ୍ରଥମେ ଭାରତ ବାୟୋଟେକ୍‌ର ଭ୍ୟାକ୍ସିନ୍ ବଜାରକୁ ଆସିପାରେ ।

ICMR-Bharat Biotech COVID-19 vaccine trial results to be released ...

ନିକଟରେ ହାଇଦ୍ରାବାଦ ସ୍ଥିତ ଏହି ଫାର୍ମା କମ୍ପାନୀ ‘ଭାରତ ବାୟୋଟେକ’ ପକ୍ଷରୁ କୁହାଯାଇଛି ଯେ, କୋଭାକ୍ସିନ୍‌ର ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ଦିଆଯାଇଛି । ଏଥିସହିତ ଜୁଲାଇ ପ୍ରଥମ ସପ୍ତାହରୁ ଟ୍ରାଏଲ କାମ ଆରମ୍ଭ କରାଯିବ । ତେବେ ଭ୍ୟାକ୍ସିନ୍‌ ନିର୍ମାଣରେ ପୂର୍ବରୁ ‘ଭାରତ ବାୟୋଟେକ୍‌’ର ଅଭିଜ୍ଞତା ରହିଛି ।

Leave a Reply