ଧୂମପାନକାରୀଙ୍କୁ ସଜାଗ କରିଛି WHO: ଆଇସିଏମ୍‌ଆର ମଧ୍ୟ ଧୂମପାନକୁ କରିଛି ବାରଣ

1 min read

ଭୁବନେଶ୍ୱର(ଅନୁଜ ଦାସ) : ଧୂମପାନକାରୀଙ୍କୁ ସଜାଗ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- WHO । ଧୂମପାନ କଲେ କରୋନା ସଂକ୍ରମଣର ଅଧିକ ଆଶଙ୍କା ଅଛି । ସାରା ବିଶ୍ୱ କରୋନା ସହ ଲଢୁଥିବା ବେଳେ ତମାଖୁଜାତ ଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଧୂମପାନ ଛାଡ଼ନ୍ତୁ, ଜୀବନ ବାଛନ୍ତୁ । ଧୂମ ପାନକାରୀଙ୍କୁ ସଜାଗ କଲା WHO  । ଧୂମପାନ ନ ଛାଡ଼ିଲେ ହୋଇପାରେ କରୋନା  । ବିଶ୍ୱରେ କାୟା ବିସ୍ତାର କରିଚାଲିଛି ଭୂତାଣୁ । ପ୍ରତିଦିନ ଗଡୁଛି ହଜାର ହଜାର ମୁଣ୍ଡ ।

ଏହି ସମୟରେ ଧୂମ ପାନକାରୀଙ୍କୁ ସଜାଗ କରିଛି WHO । ଧୂମପାନ ଯୋଗୁ ପ୍ରତିବର୍ଷ ୮ ମିଲିଅନ ଲୋକଙ୍କ ଜୀବନ ଯାଉଛି ।  ଧୂମପାନ କରୁଥିବା ଲୋକଙ୍କ ଫୁସ୍‌ଫୁସ୍‌ ନଷ୍ଟ ହେବା ସହ ଅନ୍ୟ ଅଙ୍ଗ ଧୀରେଧୀରେ ନଷ୍ଟ ହୁଏ ।

ଧୂମପାନ କଲେ କରୋନା ଆକ୍ରାନ୍ତ ହେବାକୁ ବେଶୀ ସମୟ ଲାଗିବନି ବୋଲି WHO କହିଛି । ଧୂମପାନ ଛାଡିଦେଲେ କରୋନାର ମୁକାବିଲା କରିହେବ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।  ବିଶେଷଜ୍ଞ ବି ସମାନ ମତ ଦେଇଛନ୍ତି ।

Indian Council of Medical Research- ICMR ମଧ୍ୟ ଧୂମପାନ ଏବଂ ଅନ୍ୟ ତମାଖୁଜାତ ଦ୍ରବ୍ୟ- ଗୁଟ୍‌ଖା, ପାନ, ଖଇନି ଇତ୍ୟାଦିର ବ୍ୟବହାର ବାରଣ କରିଛି । ଏଣେତେଣେ ଛେପ ନପକାଇ ଏସବୁ ବାରଣ କଲେ କରୋନା ସଂକ୍ରମଣ ରୋକିବା  ସହଜ ହେବ ବୋଲି ICMR କହିଛି । ବର୍ତ୍ତମାନ ପରିସ୍ଥିତିରେ ଦେଶରେ ନିଶାଦ୍ରବ୍ୟ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ନିଶା ବିରୋଧୀ କର୍ମୀ ନିବେଦନ କରିଛନ୍ତି ।

ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବାକୁ ବିଶେଷଜ୍ଞ କହୁଛନ୍ତି । ତେବେ ଧୂମପାନ ତଥା ତମାଖୁକୁ ସଂପୂର୍ଣ୍ଣ ନିଷେଧ ବା ବର୍ଜନ କଲେ କରୋନା ସଂକ୍ରମଣକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରିହେବ   ।

Leave a Reply