୨୦୦୭ର ବିଶ୍ୱକପ୍ ହିରୋ ଏବେ କରୋନା ବିରୋଧୀ ସୁପରହିରୋ…

1 min read

୨୦୦୭ ଟି -୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ଭାରତ ବିପକ୍ଷରେ ଶେଷ ୪ ବଲରୁ ୬ ରନ୍ ଆବଶ୍ୟକ ଥିଲା । ସେମାନଙ୍କର ବିଜୟ ନିଶ୍ଚିତ ଥିଲା। ଏଭଳି କଠିନ ପରିସ୍ଥିତିରେ ଭାରତର ବୋଲର ଯୋଗୀନ୍ଦର ଶର୍ମା ଜଣେ ହିରୋ ଭାବେ ଏଣ୍ଟ୍ରି କରି ବିଜୟ ହାସଲ କରିଥିଲେ ଏବଂ ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ଟ୍ରଫି ଦେଇଥିଲେ।

ଯୋଗିନ୍ଦର ଶର୍ମା ବର୍ତ୍ତମାନ କରୋନା ଯୋଗୁଁ ଲକଡାଉନ ପାଇଁ ଡ୍ୟୁଟି କରୁଛନ୍ତି। ଯୋଗୀନ୍ଦର ଶର୍ମା ହରିୟାଣା ପୋଲିସରେ ଡିଏସପି ପଦବୀରେ ଅଛନ୍ତି। କଠିନ ପରିସ୍ଥିତିରେ ଯୋଗିନ୍ଦରଙ୍କ ଉତ୍ସାହ ଦେଖି ଆଇସିସି ତାଙ୍କୁ ସଲାମ୍ କରିଛି। ଯୋଗୀନ୍ଦର ଶର୍ମାଙ୍କୁ ଆଇସିସି ପ୍ରଶଂସା କରି ‘୨୦୦୭ ରେ ଟି -୨୦ ବିଶ୍ୱକପ ହିରୋ ଏବଂ ୨୦୨୦ରେ ବିଶ୍ୱର ପ୍ରକୃତ ହିରୋ କହି ସମ୍ବୋଦନ କରିଛନ୍ତି।

କ୍ରିକେଟ୍ କ୍ୟାରିୟର ପରେ ପୋଲିସ୍ ଭାବେ ଭାରତରେ କାମ କରୁଛନ୍ତି ଯୋଗୀନ୍ଦର ଶର୍ମା ।  ଏହାପୂର୍ବରୁ ଯୋଗୀନ୍ଦର ଶର୍ମା ଟ୍ୱିଟ୍ କରି କହିଛନ୍ତି ଯେ  ୨୦୦୭ ମସିହାରୁ ସେ ହରିୟାଣା ପୋଲିସର ଡିଏସପି ଅଛନ୍ତି। ଏହା ତାଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠୁ କମ ନଥିଲା । ଏବେ ତାଙ୍କ କାମ ସକାଳ ଛଅଟାରୁ ଆରମ୍ଭ ହେଉଛି  । ଲୋକମାନଙ୍କୁ ସଚେତନ କରାଇବା, ଏବଂ ଚିକିତ୍ସା ସୁବିଧା ଯୋଗାଇବା ତାଙ୍କର ମୁଖ୍ୟ କାମ ।

https://www.instagram.com/p/B99XSoKBMHi/?utm_source=ig_embed

ଯୋଗୀନ୍ଦର ଶର୍ମା ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି  । ଏହି ଭିଡିଓ ସେୟାର କରି ଲୋକଙ୍କୁଘରେ ରହିବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ,ଭାରତରେ ଏପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଲୋକେ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ୨୬ଜଣଙ୍କର ମୃତ୍ୟୁ ହୋଇସାରିଛି ।

 

Leave a Reply