IAS ସ୍ତରରେ ଅଦଳ ବଦଳ, ନିକୁଞ୍ଜ ଧଳ ହେଲେ ନୂଆ ସ୍ୱାସ୍ଥ୍ୟ ସଚିବ, ପ୍ରମୋଦ ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ଦାୟିତ୍ୱ

1 min read

ଭୁବନେଶ୍ୱର : ରାଜ୍ୟରେ ସଚିବ ସ୍ତରରେ ଅଦଳ ବଦଳ ହୋଇଛି । ୧୯୮୮ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଥିବା ୧୯୯୭ ବ୍ୟାଚ୍ ଆଇଏଏସ୍ ଡ. ପ୍ରମୋଦ ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ଏବଂ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

୧୯୯୬ ବ୍ୟାଚ୍ ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ OSRTCର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସେ ସେସୁର ସିଇଓ ଏବଂ CRUTର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

୨୦୧୪ ବ୍ୟାଚ୍ ଆଇଏଏସ୍ ୟେଦୁଳା ବିଜୟଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଉପ ସଚିବ ନିଯୁକ୍ତି ଦିଆଯାଇଥିବା ବେଳେ, ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ମ୍ୟୁନିସିପାଲିଟିର କମିଶନର ଓ ରାଉରକେଲା ସ୍ମାର୍ଟ ସିଟି ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି ।

Leave a Reply