କାଶ୍ମୀର ଫେରିବାକୁ ଚାହୁଁଛନ୍ତି ଆଇଏଏସ୍ ଅତହର ଖାନ୍, କେନ୍ଦ୍ର ସରକାରଙ୍କୁ କଲେ ଆବେଦନ

ରାଜସ୍ଥାନ: ଆଇଏଏସ ଟପ୍ପର ଟିନା ଦାବି ଓ ଅଥର ଖାନ ପାରସ୍ପରିକ ସହମତିରେ ଜୟପୁରର ଏକ ପରିବାର ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ସିଭିଲ୍ ପରୀକ୍ଷାରେ ଶୀର୍ଷରେ ଥିବା ଟିନା ଏବଂ ଅଥର ୨୦୧୮ରେ ବିବାହ କରିଥିଲେ। ଅତହର ବର୍ତ୍ତମାନ ରାଜସ୍ଥାନ ଛାଡି ନିଜ ରାଜ୍ୟ ଜାମ୍ମୁ କାଶ୍ମୀରକୁ ଯିବାକୁ ଚାହୁଁଛନ୍ତି। ଅତହର ଖାନ ଏଥିପାଇଁ ଆବେଦନ ମଧ୍ୟ କରିଛନ୍ତି ।

ଅଥର ଖାନ୍ ଜାମ୍ମୁ କାଶ୍ମୀରରେ ଡେପୁଟେସନ ପାଇଁ ଯିବାକୁ ଆବେଦନ କରିଛନ୍ତି । ଯଦିଓ ତାଙ୍କ ଆବେଦନ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ବିଚାରାଧୀନ ରହିଛି ଗୃହ ମନ୍ତ୍ରଣାଳୟ ତାଙ୍କ ଆବେଦନକୁ ଗ୍ରହଣ କରି ନାହିଁ । ଅଥର ଖାନ ଏବଂ ଟିନା ଦାବି ଉଭୟ ରାଜସ୍ଥାନ କ୍ୟାଡର ମିଳିଥିଲା ।

କେନ୍ଦ୍ରୀୟ ଡେପୁଟେସନକୁ ଯିବାକୁ ହେଲେ ଯେକୌଣସି ଆଇଏଏସ୍ ଅଧିକାରୀଙ୍କୁ ତାଙ୍କ କ୍ୟାଡର ରାଜ୍ୟରେ ୯ବର୍ଷ କାର୍ଯ୍ୟ କରିବାକୁ ପଡିବ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଯିବାକୁ ହେଲେ ତାଙ୍କୁ ନିଜ କ୍ୟାଡର ୭ ବର୍ଷ ପାଇଁ କାର୍ଯ୍ୟ କରିବାକୁ ପଡ଼ିଥାଏ । ଜାମ୍ମୁ କାଶ୍ମୀର ଯିବାକୁ ହେଲେ ଜଣେ ଆଇଏସଙ୍କୁ ପ୍ୟାରେଣ୍ଟସ କ୍ୟାଡରରେ ୫ ବର୍ଷ କାମ କରିବା ଆବଶ୍ୟକ ଏବଂ ଅଥର ଡିସେମ୍ବରରେ ୫ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ଏଥି ସହିତ, ରାଜସ୍ଥାନର ଆଇଏଏସ୍ ଅଧିକାରୀଙ୍କ ପାଇଁ ଗୃହ ଯୋଜନା ବୋର୍ଡରୁ ଏକ ଯୋଜନା ବାହାରିଛି ଯେଉଁଥିରେ ଘର ଆବଣ୍ଟନ କରାଯାଉଛି। ଉଭୟ ଆଇଏଏସ୍ ଅଧିକାରୀ ଟିନା ଦାବି ଏବଂ ଅଥର ଖାନ ଘର ପାଇଁ ଅଲଗା ଆଲଗା ଆବେଦନ କରିଛନ୍ତି।

ସୂଚନାନୁସାରେ, ମତଭେଦ ଖବର ଆସିବା ପୂର୍ବରୁ ଦୁହେଁ ଅଲଗା ଅଲଗା ରହୁଥିବାର ଦେଖାଯାଇଛି । ଟିନା ଦାବି ଏବଂ ଅଥର ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ ବାରି ହୋଇଯାଉଛି । ଉଭୟ ନଭେମ୍ବର ୧୭ରେ ଜୟପୁରର ଏକ ପରିବାର କୋର୍ଟରେ ପାରସ୍ପରିକ ସମ୍ମତିରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ସିଭିଲ୍ ପରୀକ୍ଷାରେ ଶୀର୍ଷରେ ଥିବା ଟିନା ଏବଂ ଅଥରଙ୍କ ପ୍ରେମ ବହୁ ଚର୍ଚ୍ଚାରେ ଥିଲା । ଉଭୟ ୨୦୧୮ ରେ ବିବାହ କରିଥିଲେ ।

୨୦୧୫ ୟୁପିଏସସି ଟପ୍ପର ଟିନା ଡାବି ଜାମ୍ମୁ କାଶ୍ମୀରର ଅଥର ଆମୀର ଉଲ୍ ଶାଫି ଖାନଙ୍କୁ ବିବାହ କରିଥିଲେ । ୨୦୧୫ ମସିହାରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଅଥର ମଧ୍ୟ ଦ୍ୱିତୀୟ ଟପ୍ପର ହୋଇଥିଲେ । ଏହି ଦମ୍ପତି ପୂର୍ବରୁ ସେମାନଙ୍କ ବିବାହ ବିଷୟରେ ଖୁବ ଚର୍ଚ୍ଚାରେ ଥିବା ବେଳେ ଏବେ ସେମାନଙ୍କ ଛାଡପତ୍ର ଖବର ବି ଖୁବ୍ ଚର୍ଚ୍ଚାରେ ରହିଛି ।

Leave a Reply