ଚାର୍ଲି ପାଙ୍ଗ୍, ସେଇ ଚାଇନିଜ୍ ଭାଇରସ ଯିଏ ଭାରତରେ ଚଲାଉଥିଲା ୧ ହଜାର କୋଟିର ହାୱାଲା ରାକେଟ୍

1 min read
charli pang

ନୂଆଦିଲ୍ଲୀ: ଭାରତରେ ହେଉଛି ହାୱାଲା କାରବାର। ଆଉ ଏ କାରବାର ସମ୍ପୃକ୍ତ ଅଛନ୍ତି ଚାଇନା କମ୍ପାନୀ । ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇବା ପରେ ଭାରତୀୟ ଆୟକର ବିଭାଗ ଗତ ମଙ୍ଗଳବାର ଚଢଉ ଆରମ୍ଭ କରିଛି । ରାଜଧାନୀ ଦିଲ୍ଲୀ ସମେତ ଗୁରୁଗ୍ରାମ ଏବଂ ଗାଜିଆବାଦର ୨୧ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ କରାଯାଇଛି ଚଢଉ । ପ୍ରାଥମିକ ଭାବେ କରାଯାଇଥିବା ଏକ ଆକଳନ ଅନୁଯାୟୀ, ଆୟକର ବିଭାଗ ପକ୍ଷରୁ ପ୍ରାୟ ୩୦୦ କୋଟି ହାୱାଲ କାରବାର ଠାବ କରାଯାଇଛି । ଯଦି ତଦନ୍ତ ହୁଏ ତେବେ ଏହି କାରବାର ୧୦୦୦ କୋଟି ଟଙ୍କାକୁ ଟପିଯାଇପାରେ ବୋଲି କୁହାଯାଉଛି ।
ଏ ସମ୍ପର୍କରେ ସୂଚନା ଦେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସ(ସିବିଡିଟି) ଅଧିକାରୀ କୁହନ୍ତି ଯେ, ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଏହି ହାୱାଲ କାରବାରରେ ଚାଇନିଜ୍ ନାଗରିକମାନଙ୍କ ସଂପୃକ୍ତି ରହିଛି । ସାରା ଦେଶରେ ଏହି କାରବାର କରିବା ପାଇଁ ୪୦ରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯାଇଥିବା ଜଣାପଡିଛି । ଏହି କାରବାରରେ କ୍ରେକିଟ୍ ରାଶି ସଂଖ୍ୟା ପ୍ରାୟ ୧୦୦୦ କୋଟି ହେବ ବୋଲି କୁହାଯାଇଛି । ସେହିପରି ଗୋଟିଏ ସବସିଡାରୀ ଚାଇନିଜ୍ କମ୍ପାନୀ ଏବଂ ଏହାର ସହଯୋଗୀ ୧୦୦ କୋଟିର ବୋଗସ ଆଡଭାନ୍ସ ଗ୍ରହଣ କରିଛନ୍ତି । ଏହି ରାଶିରେ ଭାରତରେ ଖୁଚୁରା ରିଟେଲ ସପ୍ ଖୋଲିବାର ଯୋଜନା କରାଯାଇଥିବା ତଦନ୍ତରୁ ଜଣାପଡିଛି । କେବଳ ଚାଇନିଜ୍ କମ୍ପାନୀ ନୁହେଁ, କେତେକ ଭାରତୀୟ ବ୍ୟାଙ୍କ୍ ଅଧିକାରୀ ଏବଂ ଚାଟାର୍ଜ ଆକାଉଣ୍ଟାଣ୍ଟମାନେ ମଧ୍ୟ ଏଥିରେ ସଂପୃକ୍ତ ରହିଥିବା ଜଣାପଡିଛି । କେବଳ ଭାରତୀୟ ମୁଦ୍ରା ଏବଂ ଚାଇନିଜ ଅର୍ଥ ନୁହେଁ, ବିଦେଶୀ ଲିଙ୍କ୍ ରେ ଏପରି ହାୱାଲା କରାବାରର ଚେର ହକଂ ଏବଂ ୟୁଏସ୍ ଏ କୁ ବ୍ୟାପିଥିବା ଜଣାପଡିଛି ।
ଆୟକର ବିଭାଗ ଦ୍ୱାରା ଧରାହୋଇଥିବା ଚାଇନିଜ୍ ବ୍ୟକ୍ତିଙ୍କ ନାଁ ହେଉଛି-ଲୁଓ ସାଙ୍ଗ । ସେ ଚାର୍ଲି ପାଙ୍ଗ ନାମରେ ଏହି କାରବାର କରୁଥିବା ଜଣାପଡିଛି । ତା ନିକଟରେ ଏକ ନକଲି ଭାରତୀୟ ପାସପୋର୍ଟ ମଧ୍ୟ ରହିଛି । ଏହି ବ୍ୟକ୍ତି ଜଣଙ୍କ ଉତ୍ତର-ପୂର୍ବ ରାଜ୍ୟର ମଣିପୁରରୁ ନିଜ ପାସପୋର୍ଟ ପ୍ରସ୍ତୁତ କରିଛି । ବିଭିନ୍ନ ନାମରେ ସାରା ଦେଶରେ ଏହି ବ୍ୟକ୍ତି ଜଣଙ୍କ ୮ରୁ ୧୦ ବ୍ୟାଙ୍କ୍ ଆକାଉଣ୍ଟ ବ୍ୟବହାର କରୁଥିବା ଜଣାପଡିଛି । ଚାର୍ଲି ପାଙ୍ଗ ହାୱାଲ କାରବାର ପାଇଁ ଭାରତରେ ଏକାଧିକ ଚାଇନିଜ କମ୍ପାନୀଙ୍କ ପ୍ରତିନିଧିଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ପୂର୍ବରୁ ପାଙ୍ଗ ୨୦୧୮ରେ ଦିଲ୍ଲୀ ପୋଲିସ ଦ୍ବାରା ଏକ ହାୱାଲ କାରବାର ପାଇଁ ଗିରଫ ହୋଇଥିବା ଜଣାପଡିଛି । ହେଲେ ପରବର୍ତ୍ତୀ ସମୟରେ କୋର୍ଟ ଦ୍ବାରା ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ତା ପରେ ପୁନର୍ବାର ପାଙ୍ଗ ଚାଇନିଜ କମ୍ପାନୀ ପାଇଁ ହାୱାଲ କାରବାର ଆରମ୍ଭ କରିଥିବା ଆୟକର ବିଭାଗ ସୂଚନା ଦେଇଛି ।

Leave a Reply