IPL 2020 : ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍ ରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ର ଏକ ମ୍ୟାଚରେ ହାଇଦ୍ରାବାଦ ଦଳ ଦିଲ୍ଲୀକୁ ୮୮ ରନରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ୨୦ ଓଭରରେ ୨ ଉଇକେଟ ହରାଇ ୨୧୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୩୪ ବଲ୍ ରୁ ୬୬ ରନ ସଂଗ୍ରହ କରିଥିଲେ । ଏଥିରେ ୨ ଛକା, ୮ ଚୌକା ସାମିଲ ଥିଲା । ସେହିପରି ରିଦ୍ଦିମାନ ଶାହ ୪୫ ବଲରୁ ୫୭ ରନ୍ ସଂଗ୍ରହ କରିଥିଲେ । ସେ ୨ ଛକା ଏବଂ ୧୨ ଚୌକା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୀଷ ପାଣ୍ଡେ ୩୧ ବଲରୁ ୪୪ ରନ୍ ସଂଗ୍ରହ କରିଥିଲେ । ସେ ଗୋଟିଏ ଛକା ଏବଂ ୪ଟି ଚୌକା ମାରିଥିଲେ । କେନ ୱିଲିୟମ୍ସ ମଧ୍ୟ ୧୧ ରନର ଯୋଗଦାନ କରିଥିଲେ । ଦିଲ୍ଲୀ ପକ୍ଷରୁ ୧୧ ରନ ଅତିରିକ୍ତ ଭାବେ ବ୍ୟୟ କରାଯାଇଥିଲା । ଦିଲ୍ଲୀ ପକ୍ଷରୁ ଅଶ୍ୱିନୀ ଏବଂ ନଟରେଜ ମାତ୍ର ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ ।

ଏହାର ଜବାବରେ ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ଖେଳାଳି ବଡ଼ ସ୍କୋର ଖେଳି ନ ଥିଲେ । ଏହି ପରି ଭାବେ ତାସର ଘର ପରି ଦିଲ୍ଲୀର ବ୍ୟାଟିଂ ଲାଇନ ଅପ୍ ଭୁଶୁଡି ପଡ଼ିଥିଲା । ଦଳ ପକ୍ଷରୁ ଓପନର ରାହାନେ ୨୬, ଧାୱନ ୦ ରନ୍ କରିଥିଲେ । ସେହିପରି ଷ୍ଟଏନିସ ୫, ହ୍ୱେଟମାର ୧୬ ରନ ଯୋଡିଥିଲେ । ରିଷଭ ପନ୍ଛ ୩୬, ଆୟର ମାତ୍ର ୭ ରନ୍ କରିଥିଲେ ।   ଏହିପରି ଭାବେ ଦିଲ୍ଲୀ ୧୩୧ରନରେ ଅଲଆଉଟ ହୋଇଯାଇଥିଲା ।

Leave a Reply