ଅନୁଭବ-ବର୍ଷା ପ୍ୟାଚ୍ ଅପ୍ ! ବିବାଦର ସମାଧାନ ପାଇଁ ମାନବାଧିକାର କର୍ମୀଙ୍କ ଉଦ୍ୟମ

1 min read

ଭୁବନେଶ୍ୱର: ଅନୁଭବ ବର୍ଷା ବିବାଦ ମାମଲାରେ ଆସିଲା ଟ୍ୱିଷ୍ଟ । ବର୍ଷା ଓ ଅନୁଭବଙ୍କ ମିଳାମିଶା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି ମାନବାଧିକାର କର୍ମୀ । ଦୁହିଁଙ୍କ ସହ ଆଲୋଚନା କରିଛନ୍ତି ମାନବାଧିକାର କର୍ମୀ ଗୀତାଶ୍ରୀ ଦାସ । ଉଭୟଙ୍କ ମଧ୍ୟରେ ମିଳାମିଶା ପାଇଁ ଉଦ୍ୟମ କରିଛନ୍ତି । ଉଭୟଙ୍କ ସହ ଆଲୋଚନା ପରେ ମାନବାଧିକାର କର୍ମୀ କହିଛନ୍ତି ଅନୁଭବଙ୍କ ବ୍ୟତୀତ ଆଉ କାହା ବିରୋଧରେ ବର୍ଷାଙ୍କର ଅଭିଯୋଗ ନାହିଁ । ବର୍ଷା ବିଛେଦ ନୁହେଁ ସମାଧାନ ଚାହୁଁଛନ୍ତି ବୋଲି କହିଛନ୍ତି ସେ । ଅନୁଭବ -ବର୍ଷାଙ୍କ ବିବାହ ବିବାଦ ଘଟଣା କିଛିଦିନ ହେବ ବେଶ ଚର୍ଚ୍ଚାରେ ରହିଛି ।

ତେବେ ନିକଟରେ ବର୍ଷାଙ୍କ ପାଇଁ ଅନୁଭବ ଚିଠି ଲେଖିଥିଲେ । ଚିଠିରେ ବର୍ଷାଙ୍କ ପ୍ରତିଥିବା ଭାବାବେଗ ଦର୍ଶାଇଥିଲେ ଅନୁଭବ । ସେ କହିଛନ୍ତି ଯେ, ଆମେ ଗୋଟିଏ କଲେଜରେ ପଢୁଥିଲୁ । କିନ୍ତୁ କେବେ କାହା ସହ ସାକ୍ଷାତ ହୋଇନଥିଲା । ଆମ ଘରେ ଆୟୋଜିତ ହନୁମାନ ଚାଳିଶା କାର୍ଯ୍ୟକ୍ରମକୁ ବର୍ଷା ଆସିଥିଲ । ସେଇଠି ବର୍ଷା ସହ ମୋର ଦେଖା ସାକ୍ଷାତ ହୋଇଥିଲା । ୨୦୦୬ରେ ଆମେ ଏକାଠି ଦୁଇଟି ସିନେମାରେ କାମ କରିଥିଲୁ । ସେହି ଦୁଇଟି ସିନେମାରେ ବର୍ଷାଙ୍କ ଅଭିନୟ ଖୁବ୍ ଚମତ୍କାର ଥିଲା ବୋଲି ଅନୁଭବ କହିଥିଲେ ।

ଅନ୍ୟପଟେ ଅନୁଭବଙ୍କ ଚିଠିର ଜବାବ ରଖିଥିଲେ ବର୍ଷା । ଚିଠି ଲେଖି ସେ କହିଥିଲେ ଯେ, ‘ମୋ ଜୀବନ ସହ ତୁମେ ବହୁତ ଖେଳିଛ, ମୋ ଜୀବନକୁ ତୁମେ ନର୍କ କରିଦେଇଛ । ତୁମର ପରକୀୟା ପ୍ରୀତି ଓ ମଦ୍ୟପାନ ଅଭ୍ୟାସ ମୋ ଜୀବନକୁ ନଷ୍ଟ କରିଛି । ମୁଁ ବହୁତ ସହ୍ୟ କରିଛି, ତୁମେ ଅୟାସୀ ଜୀବନ ପାଇଁ ମୋ ଠାରୁ ଦୂରେଇଛ । ମୁଁ ତୁମଠୁ ଅଲଗା ହେବାକୁ କେବେବି କଳ୍ପନା କରିନି ।’

 

ଅନୁଭବଙ୍କ ଚିଠିରେ ବର୍ଷାଙ୍କ ଉତ୍ତର, ‘ଅଲଗା ରହିବାକୁ ଚାହୁଁଛ ତ ପାଖକୁ ଆସି କଥା ହୁଅ’

‘ ଅଲଗା ରହିବାକୁ ଚାହୁଁଛ ତ ପାଖକୁ ଆସି କଥା ହୁଅ । ମୋତେ ଏଡ଼ାଇଗଲେ କିଛି ଲାଭ ହେବ ନାହିଁ । ତୁମେ ଲୋକଙ୍କ ସେବା କଥା କହୁଛ, ଘରୁ ତାହା କରି ଦେଖାଅ । ଯଦି ଶାରୀରିକ ସମ୍ପର୍କ ରଖିବାକୁ ଏତେ ବ୍ୟଗ୍ର ତେବେ ମୋତେ ଏତେ କାଇଁ କନ୍ଦାଉଛ ।’ କେବଳ ପରକୀୟା ପ୍ରୀତି ପାଇଁ ମୋ ଠାରୁ ଦୂରେଇ ଯାଉଛ ବୋଲି ଅନୁଭବଙ୍କୁ କହିଛନ୍ତି ବର୍ଷା ପ୍ରିୟଦର୍ଶନୀ ।

Leave a Reply