ଭୁବନେଶ୍ୱର ଡ୍ରେନରେ କଟା ଗୋଡ଼, ମୃତଦେହ ଖୋଜୁଛି ପୋଲିସ

1 min read

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଡ୍ରେନ୍ ପାଖରେ ପଡ଼ିଛି ମଣିଷର କଟା ଗୋଡ଼ । ବରମୁଣ୍ଡା କୃଷି ଫାର୍ମହାଉସ ପାଖ ଡ୍ରେନ୍ ନିକଟରେ ମଣିଷର କଟାଗୋଡ଼କୁ ନେଇ ସବୁଠି ଚାଞ୍ଚଲ୍ୟ । ସ୍ଥାନୀୟ ଲୋକେ ଖଣ୍ଡିଗିରି ଥାନାକୁ ଖବର ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବହୁ ଖୋଜାଖୋଜି କରିବା ପରେ ବି ମୃତଦେହ ମିଳିନାହିଁ । କାହାକୁ ହତ୍ୟା କରି, ଗୋଡ଼ କାଟି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ । ୧୦ରୁ ୧୫ ଦିନ ତଳେ କାହାକୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । କାରଣ ଗୋଡ଼ଟି ପଚି ଯିବା ପରେ ସପ୍ତାହେ ପୁର୍ବର ବୋଲି ସନ୍ଦେହ ଉଠିଛି ।

ମୃତଦେହ ମିଳିବା ପରେ ପରିଚୟ ସଂପର୍କରେ ଯାହାକିଛି ଜଣାପଡ଼ିବ । ଅନ୍ୟ ଥାନା ସହ ଖଣ୍ଡଗିରି ପୋଲିସ ଯୋଗାଯୋଗ କରୁଛି। କୌଣସି ଥାନରେ ନିଖୋଜ କିମ୍ବା ହତ୍ୟା ଅଭିଯୋଗ ହୋଇଛି ନା ନାହିଁ, ସେ ନେଇ ଖବର ସଂଗ୍ରହ କରାଯାଉଛି । ଏଠାରେ ପ୍ରଶ୍ନ ଉଠୁଛି ଲୋକଟିକୁ କିଏ ଓ କାହିଁକି ହତ୍ୟା କଲା? ଭୁବନେଶ୍ୱର ବାହାରୁ ହତ୍ୟା କରି କିଏ ବରମୁଣ୍ଡା ଓଭର ବ୍ରିଜ ଉପରୁ ଫିଙ୍ଗି ଦେଇନି ତ? ଯଦି ମୃତ ବ୍ୟକ୍ତିର ପରିଚୟ ନମିଳେ କଟାଗୋଡକୁ ନେଇ ପୋଲିସ କିଭଳି ତଦନ୍ତ କରିବ ? ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ହବ କି? ଅନ୍ୟପଟେ ଗୋଡ଼ଟି ଡ୍ରେନରେ ଭାସି ଆସିଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି । ଗତ ୭ ତାରିଖରେ ବାହାଦଲପୁରରେ ବ୍ରାଉନସୁଗାର କାରାବାରକୁ ନେଇ ବାପା-ପୁଅଙ୍କୁ ଗୁଳିମାଡ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତର ଟେର ପାଇନଥିବା ବେଳେ କଟାଗୋଡ଼ ମିଳିବା ପରେ ଟେନ୍‌ସନରେ ଅଛି ଖଣ୍ଡଗିରି ଥାନା ପୋଲିସ । ')}

Leave a Reply