ଗୋଟିଏ ଘରୁ ବିପୁଳ ପରିମାଣର ବାଣ ଜବତ

Crackers

ଅନୁଗୁଳ: ତାଳଚେରରୁ ବିପୁଳ ପରିମାଣର ବାଣ ଜବତ । ତାଳଚେର ବଜାର ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ବେଆଇନ ଭାବେ ବିପୁଳ ପରିମାଣର ବାଣ ମହଜୁଦ ଥିବା ନେଇ ପ୍ରଶାସନ ସୂଚନା ପାଇଥିଲା । ପରେ ରାତି ପ୍ରାୟ ୯ ଟା ସମୟରେ ପୋଲିସ ଓ ପ୍ରଶାସନ ମିଳିତ ଭାବେ ଚଢ଼ାଉ କରିଥିଲେ । ଏଥିରେ ପ୍ରାୟ ଗୋଟିଏ ଟ୍ରକ ବାଣ ଜବତ ହୋଇଛି । ତେବେ ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି ।

ଯଦି ଜଣେ ବ୍ୟକ୍ତିଙ୍କ ଘରୁ ଗୋଟିଏ ଟ୍ରକ୍‌ ବାଣ ଜବତ ହୋଇଛି ତେବେ ଏଭଳି ଅନେକ ବେପାରୀ ରହିଛନ୍ତି । ସେମାନଙ୍କ ଘରେ କେତେ ବାଣ ମହଜୁଦ୍‌ ଥିବ । ଏନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ।

Crackers

ସେପଟେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ହେଲେ ବିପଦ ଟଳିନି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ନଚେତ୍ ପୁନଃ ସଂକ୍ରମଣ ହେବ । ଶୀତଋତୁରେ ମହାମାରୀ ଅଧିକ ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଚଳିତ ଥର ଦୀପାବଳିରେ ବାଣ ଫୁଟିବ ନାହିଁ । ବାଣ ଫୁଟାଇବା ଦ୍ୱାରା ଅଧିକ ମାତ୍ରାରେ ନାଇଟ୍ରସ ଅକ୍ସାଇଡ୍‌, ସଲଫର୍‌ ଡାଇଅକ୍ସାଇଡ୍‌, କାର୍ବନ ମନୋକ୍ସାଇଡ୍‌ ଭଳି ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ । ଯାହା ଶ୍ୱାସ ଜନିତ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହା ଗୃହ ପୃଥକବାସରେ ଥିବା କୋଭିଡ୍‌ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସମସ୍ୟାକୁ ଅଧିକ ବଢାଇଦେବ ।

Crackers

ତେଣୁ ଆସନ୍ତା ୧୦ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ତଥା ଫୁଟାଇବାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି । କୌଣସି ବ୍ୟକ୍ତି ବାଣ ବିକ୍ରି ଓ ବାଣଫୁଟା ନିଷେଧ କଟକଣାକୁ ଅବମାନନା କଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ତଥା ଅନ୍ୟ ସମ୍ପୃକ୍ତ ନିୟମର ଧାରା ଅନୁଯାୟୀ ଦଣ୍ଡିତ ହେବେ । ଏଥିପାଇଁ ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply