ହୁବେଇରୁ ଓଡ଼ିଶା, ଲକ୍ ଡାଉନ୍ କରୋନା ବିରୋଧରେ ବ୍ରହ୍ମାସ୍ତ୍ର !

ଭୁବନେଶ୍ୱର: ଲକ୍ ଡାଉନ୍ । କରୋନା ଆସିବା ସହ ଏହି ଶବ୍ଦ ଜୀବନ ଭିତରକୁ ଧସେଇ ପଶିଛି । ତେବେ ଲକ୍ ଡାଉନ୍ କଣ ? ଗୋଟିଏ ସହର, ଗୋଟିଏ ଜିଲ୍ଲା, ଗୋଟିଏ ରାଜ୍ୟ ଓ ଗୋଟିଏ ଦେଶ ଲକ୍ ଡାଉନ୍ ହେବାର ମାନେ କଣ ?

ଲକ୍ ଡାଉନ୍ ମାନେ ସହର ଠପ୍ ହୋଇଯିବା । ଲକ୍ ଡାଉନ୍ ମାନେ ଜୀବନର ଗତି ଉପରେ ତାଲା ପଡ଼ିଯିବା । ଅର୍ଥନୈତିକ ଗତିବିଧି ମନ୍ଥର ହୋଇଯିବା । ଆଉ ସବୁଠୁ ବଡ଼ କଥା ହେଲା ଲକ୍ ଡାଉନ କହିଲେ ଗୋଟିଏ ବଡ଼ ବିପଦର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିବା ।

କାଲିଠୁ ଆରମ୍ଭ ହେବ ଲକ୍‌ ଡାଉନ୍‌ ଏବଂ ଜନତା କର୍ଫ୍ୟୁ, ପଢ଼ନ୍ତୁ ଉଭୟଙ୍କ ମଧ୍ୟରେ ଫରକ୍ କ’ଣ?

କରୋନା ଛପି ଛପି ଆସୁଛି । କରୋନା କରାଳ ରୂପ ନେବା ଆଗରୁ ତା’ ମୁକାବିଲା ପାଇଁ ରାଜ୍ୟ ସରକାର ଓଡ଼ିଶାର ୪୦ ପ୍ରତିଶତ ଅଂଚଳକୁ ଏକ ସପ୍ତାହ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ମାନେ ସହର ଉପରେ ତାଲା । ଜୀବନର ଗତି ନିଶ୍ଚୟ କମିବ । କିନ୍ତୁ ଜୀବନ ଯୁଦ୍ଧ ଜିତିବାକୁ ହେଲେ ଅନ୍ୟ ବାଟ ନାହିଁ । କାହିଁକିନା କରୋନାର ଆଣ୍ଟିଡୋଟ୍ ନାହିଁ । କରୋନାକୁ କେବଳ ଅଟକା ଯାଇପାରିବ । ଏଥିପାଇଁ ସହର, ଗାଁର ଗତିକୁ ମନ୍ଥର କରିବାକୁ ପଡ଼ିବ ।

ତେବେ ମନରେ ପ୍ରଶ୍ନ ଉଠୁଥିବ ଯେ, ଓଡ଼ିଶା କଣ ଏମିତି ଲକ୍ ଡାଉନ୍ ଘୋଷଣା କରିବାରେ ପ୍ରଥମ ?

ଉତ୍ତର ହେଉଛି ନାଁ । ଓଡ଼ିଶା ପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ମୁମ୍ବାଇ, ପୁନେ ଭଳି ସହରକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ତେବେ, ଓଡ଼ିଶା ହେଉଛି ଦେଶର ଏଭଳି ପ୍ରଥମ ରାଜ୍ୟ ଯାହା ନିଜର ୪୦ ପ୍ରତିଶତ ଅଞ୍ଚଳକୁ ଲକ୍ ଡାଉନ୍ ଘୋଷଣା କରିଛି । ଓଡ଼ିଶା ସରକାର ଲକ୍ ଡାଉନର ଏହି ରଣନୀତିକୁ ମଧ୍ୟ ଚୀନ ଓ ଇଟାଲି ଭଳି ଦେଶଙ୍କ କରୋନା ଅଭିଜ୍ଞତାରୁ ନେଇଛନ୍ତି ।

ଲକ୍ ଡାଉନ୍ ପାଇଁ ଓଡ଼ିଶା ସରକାରଙ୍କ ଘୋଷଣାରୁ ଏହା ଜଣା ପଡୁଛି । କରୋନାର କୌଣସି ଚିକିତ୍ସା ନାହିଁ । ଏହାକୁ କେବଳ ରୋକି ହେବ । ସିଙ୍ଗାପୁର ଓ ଚୀନର ରଣନୀତି ହିଁ ଏହାକୁ ରୋକି ପାରିବ । ଚୀନ କିଭଳି ଉହାନ ସହରର ଲକ୍ ଡାଉନ୍ କରି ସେଠାରେ କରୋନାକୁ କଣ୍ଟ୍ରୋଲ କରିପାରିଛି ତା’ର ଉଦାହରଣ ରାଜ୍ୟ ସରକାର ଦେଇଛନ୍ତି ।

କରୋନା ପାଇଁ ରାଜ୍ୟର ୫ ଜିଲ୍ଲା ଲକ୍ ଡାଉନ୍

ଉହାନରୁ ଜନ୍ମ ନେଇଥିବା କରୋନାକୁ କେବଳ ଲକ୍ ଡାଉନ୍ କାରଣରୁ ହିଁ ସେଠାରେ ନିୟନ୍ତ୍ରଣ କରାଯାଇ ପାରିଛି । ଉହାନରେ ଏବେ ସଂକ୍ରମଣର ନୂଆ ମାମଲା ସାମନାକୁ ଆସୁନାହିଁ । ସେଠାର ହସ୍ପିଟାଲ ମଧ୍ୟ ଏବେ ଖାଲି ହେଲେଣି । କରୋନା ନିୟନ୍ତ୍ରଣ ପାଇଁ ଇଟାଲୀ ମଧ୍ୟ ଲକ୍ ଡାଉନ୍ ଘୋଷଣା କରିଥିଲା । ଉହାନ ଚୀନର ହୁବେଇ ପ୍ରଦେଶରେ ଆସିଥାଏ । ସମଗ୍ର ଇଟାଲୀ ଓ ଚୀନର ହୁବେଇ ପ୍ରଦେଶର ଜନସଂଖ୍ୟା ମିଳିତ ଭାବେ ୬ କୋଟି । ଏହି ୬ କୋଟି ଲୋକ ଲକ୍ ଡାଉନରେ ଥିଲେ ।

କରୋନା ପାଇଁ ରାଜ୍ୟର ୫ ଜିଲ୍ଲା ଲକ୍ ଡାଉନ୍

Leave a Reply